ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତିଯୋଗିତା ଅନୁଷ୍ଠିତ

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ଉପଲକ୍ଷେ ସାହିତ୍ୟ ସମ୍ବର୍ଦ୍ଧିୟ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ସହ କୃତୀ ଛାତ୍ରଛାତ୍ରୀ ମାନଙ୍କ ର ପୁରସ୍କାର ବିତରଣୀ ଉତ୍ସବ ଆଜି ଜିଲ୍ଲା ସଦର ମହକୁମା ସ୍ଥିତ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରତିଯୋଗିତା ରେ ବରିଷ୍ଠ ଓ କନିଷ୍ଠ ବିଭାଗ ରେ ବକୃତା, ପ୍ରବନ୍ଧ, ସାଧାରଣ ଜ୍ଞାନ ଓ କବିତା ବୃତ୍ତି ପ୍ରତିଯୋଗି ବିଭାଗ ରେ ଜିଲ୍ଲାର ପ୍ରାୟ ୧୧ ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀକୃଷ୍ଣ ଏକାଡେମୀ ର ପ୍ରଧାନ ଶିକ୍ଷକ ଶୁକଦେବ ସାହୁ ସଭାପତିତ୍ୱ କରିଥିଲେ l ବରିଷ୍ଠ ସାହିତ୍ୟିକ ଡକ୍ଟର ଜ୍ୟୋତିମୟୀ ମହାନ୍ତି, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବାନିବୃତ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବାରିକ, ସାହିତ୍ୟିକ ଉମାକାନ୍ତ ନାୟକ, କବି ପ୍ରତାପ କିଶୋର ରାଉତରାୟ ମହାପାତ୍ର, ଶିକ୍ଷାବିତ ସୋହିତ କୁମାର ବିଶ୍ୱାଳ, ବଂଶିଧର ବେହେରା ପ୍ରମୁଖ ଅତିଥି ରୂପେ ଯୋଗଦାନ କରି ଓଡ଼ିଆ ଭାଷା, ସାହିତ୍ୟ ବଞ୍ଚିଲେ ଗଦ୍ୟ ବଂଚିବ ବୋଲି ମତ ରଖିବା ସହ ବୃତ୍ତି ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ l
କୃତୀ ଛାତ୍ର ଛାତ୍ରୀ ମାନେ ହେଲେ
କନିଷ୍ଠ
(୧)ସାଧାରଣ ଜ୍ଞାନ -ଦିବ୍ୟଦର୍ଶିକା ଦାସ -ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟର ମଧ୍ୟଶାସନ (ପ୍ରଥମ)
(୨)ପ୍ରବନ୍ଧ – ଶୋମ ତ୍ରିପାଠୀ -ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ (ପ୍ରଥମ)
(୩)ବକୃତା-ଗୁରୁଃଶ୍ରୀ ପଣ୍ଡା -ଅଷ୍ଟ ଶମ୍ଭୁ ବାଳିକା ଉଚ୍ଚ ବିଦ୍ୟାଳୟ (ପ୍ରଥମ)
(୪)କବିତା ଆବୃତ୍ତି-ଗୁରୁଃଶ୍ରୀ ଜେନା -ପୁରୋହିତପୁର ସରକାରୀ ଉଚ୍ଚ ବିଦ୍ୟାଳୟ(ପ୍ରଥମ)

ବରିଷ୍ଠ
(୧)ବକ୍ତୃତା -ଅଜିତ ବେହେରା -ଶ୍ରୀକୃଷ୍ଣ ଏକାଡେମୀ ଜଗତସିଂହପୁର
(୨)ପ୍ରବନ୍ଧ-ରାଜଶ୍ରୀ ରାଜଲକ୍ଷ୍ମୀ ନାୟକ-ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୋଖରୀପଡା (ପ୍ରଥମ)
(୩)କବିତା ଆବୃତ୍ତି-ଶୁଭଲକ୍ଷ୍ମୀ ଭୋଇ -ପୁରୋହିତ ପୁର ସରକାରୀ ଉଚ୍ଚ ବିଦ୍ୟାଳୟ(ପ୍ରଥମ)
(୪)ସାଧାରଣ ଜ୍ଞାନ-ସୋନାଲି ଶ୍ୱେତପ୍ରଜ୍ଞା ବେହେରା-ଅଷ୍ଟଶମ୍ଭୁ ବାଳିକା ଉଚ୍ଚ ବିଦ୍ୟାଳୟ (ପ୍ରଥମ)

Leave A Reply

Your email address will not be published.