ବଲାଙ୍ଗିର: ରାଜ୍ୟ ସରକାର ପ୍ରତ୍ୟେକ ସ୍କୁଲକୁ ୫ଟିରେ ସାମିଲ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି | ହେଲେ ସେ ସବୁ ପାଣିରେ ପଡିଲା ଭଳି ମନେ ହେଉଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବା ପାଇଁ ୫ଟିରେ ସ୍କୁଲ ଗୁଡିକୁ ରୂପାନ୍ତରିତ କରାଯାଇଛି। ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ କୁମ୍ଭାରୀ ହାଇସ୍କୁଲରେ ବିପର୍ଯ୍ୟସ୍ତ ଅବସ୍ଥାରେ ଭଳି ଦେଖା ଦେଇଛି। ଠିକାଦାର ଓ ବ୍ଲକ ପ୍ରଶାସନ ର ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର କାମ କରି କାନ୍ଥ ଗୁଡିକରେ ଚୂଳ ବୋଲାଇ ଟଙ୍କା ଗୁଡିକ ହଡ଼ପ କରାଯାଉ ଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସ୍କୁଲର ରୂପାନ୍ତରିତ ଚାଲିଛି। କିନ୍ତୁ ଦୁଃଖର ବିଷୟ ଛାତ୍ରଛାତ୍ରୀ ବାରଣ୍ଡାରେ ଶିକ୍ଷା ଦାନ ଗ୍ରହଣ କରୁଛନ୍ତି ଏନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ବର୍ଷା ଦିନରେ ଛାତ୍ରଛାତ୍ରୀଙ୍କର ବହି ଓ ପୋଷାକ ପତ୍ର ଗୁଡ଼ିକ ଓଦା ହୋଇଯାଉ ଥିବା ବେଳେ ପଙ୍ଖାର ବ୍ୟବସ୍ଥା କରାଯାଇନାହିଁ। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୫୦ ଜଣ ଛାତ୍ରଛାତ୍ରୀ ରହି ଥିବା ବେଳେ ଆବଶ୍ୟକ ଅନୁଯାୟୀ ସ୍କୁଲ ଗୃହ ମଧ୍ୟ ନାହିଁ। ଯାହା ଦ୍ଵାରା ଏଭଳି ବିପର୍ଯ୍ୟସ୍ତ ଅବସ୍ଥାରେ ପାଠ ପଢାଯାଉଛି। ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା କାମରେ ଆସୁ ନାହିଁ ଓ ଠିକାଦାର ଓ ବିଭାଗୀୟ ଅଧିକାରୀ ମାଲେମାଲ ହେଉଛନ୍ତି ବୋଲି ଅଭିଭାବକ ମହଲରେ ଆଲୋଚନା ହେଉଛି। ସେହିପରି ଛାତ ଗୁଡ଼ିକ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। କିନ୍ତୁ କାହାର ଦୃଷ୍ଟି ଆକର୍ଷଣ ହେଉ ନାହିଁ ତାହା ବଡ଼ ପ୍ରଶ୍ନ ଉଙ୍କି ମାରୁଛି।
ଅନ୍ୟପଟେ ଠିକାଦାର ମନ ଇଚ୍ଛା କାମ କରିବା ସହ ନିମ୍ନ ମାନର କାମ ହେଉଥିବା ନେଇ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନ ଥିବା ସ୍କୁଲର ପ୍ରଧାନ ଶିକ୍ଷକ ଦ୍ୟୁତି ରଞ୍ଜନ ମହାଲିଙ୍ଗ ପ୍ରକାଶ କରିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.