ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଦକ୍ଷତା ଭିତ୍ତିକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଏହି ଜିଲ୍ଲା ସ୍ତରୀୟ ବକୃତା , ପ୍ରବନ୍ଧ , କବିତା ଆବୃତ୍ତି , ଏବଂ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଇଂରାଜୀରୁ ଓଡ଼ିଆ ଅନୁବାଦ ପ୍ରତିଯୋଗିତାରେ ୭ ଗୋଟି ବ୍ଲକର ୫୬ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସେଥିମଧ୍ୟରୁ ପ୍ରତି ବର୍ଗ ଓ ବିଷୟରେ ହୋଇଥିବା ୨୪ଜଣ ପୁରସ୍କୃତ ହେଲେ। ଜିଲ୍ଲା ସ୍ତରରେ ବିଜୟ ଲାଭ କରିଥିବା ୦୮ ଜଣ ଛାତ୍ର/ଛାତ୍ରୀଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ୧୦.୦୭.୨୦୨୨ ( କନିଷ୍ଠ ) ଏବଂ ୧୭.୦୭.୨୦୨୨ (ବରିଷ୍ଠ)ମାନେ ନିଜନିଜର ଗାଇଡଙ୍କ ସହ ବକ୍ସିଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।
ଜିଲ୍ଲା ପ୍ରଶାସନ (ସଂସ୍କୃତି ବିଭାଗ) ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସାରସ୍ବତ ଦକ୍ଷାତା ଭିତ୍ତିକ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି , ବିଚିତ୍ରାନନ୍ଦ ବେବର୍ତ୍ତା , ସାତ୍ମିକ କୁମାର ପଟ୍ଟନାୟକ , ଭାଗବତ ପାଢ଼ୀ , ନରସିଂହ ବାଜବନ୍ଧୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଆଶାଲତା ପାଣିଗ୍ରାହୀ , ଶ୍ୱେତା ପଟ୍ଟନାୟକ , ସସ୍ମିତା ମହାପାତ୍ର , ସ୍ନିଗ୍ଧା ମିଶ୍ର ପ୍ରଭୃତି ବିଚାରକ ଥିଲେ।
Sign in
Sign in
Recover your password.
A password will be e-mailed to you.