ଭଦ୍ରକ (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି): ସାମାନ୍ୟ ବର୍ଷାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି କୃତିମ ଜଳାଶୟ। ୪ଗୋଟି ଜିଲ୍ଲାରେ ଏକମାତ୍ର ଭରସା ଯୋଗ୍ୟ ସରକାରୀ ମେଡିକାଲ ହେଉଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ତେବେ ଏଠି ରୋଗୀ ପହଁଚିଲା ପରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଯୋଗୁଁ ବେସରକାରୀ ମେଡିକାଲର ସହାୟତା ନେଉଛନ୍ତି। ତେବେ ଆପଣ ଦେଖିପାରୁଥିବେ କିଭଳି ଜଳମଗ୍ନ ହେଇଛି ମେଡ଼ିକାଲ ଭିତର ପରିସର। ଯାହାଫଳରେ ରୋଗୀମାନେ ହନ୍ତସନ୍ତ ହେଉଥିବାର ପରିଲଖିତ ହେଉଛି। ସାମାନ୍ୟ ବର୍ଷାରେ ମେଡ଼ିକାଲ ପରିସର ଭିତରେ ଏଭଳି ଜଲମଗ୍ନ ଦୃଶ୍ୟ ଯାହା ଜିଲ୍ଲାର ଉନ୍ନତି କାର୍ଯ୍ୟ ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି। ମେଡ଼ିକାଲର ଉନ୍ନତି ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ଚଳୁ କରୁଥିବା ଯାହା ଏବେ ସ୍ପଷ୍ଟ ବାରି ହେଉଛି। ତେବେ ଦୀର୍ଘଦିନରୁ ଭଦ୍ରକରେ ମେଡ଼ିକାଲ କଲେଜ୍ ପାଇଁ ଦାବି କରିଆସୁଥିବା ବେଳେ ଜିଲ୍ଲାରେ ମେଡ଼ିକାଲ କଲେଜ୍ ହେବନାହିଁ ବୋଲି ବିଧାନସଭାରେ ସ୍ପଷ୍ଟ ଭାବେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏହାକୁ ନେଇ ଜିଲ୍ଲାବାସୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଥିବାବେଳେ ଆଜିର ଏଭଳି ଦୃଶ୍ୟ ଯାହା ସାଧାରଣ ଲୋକଙ୍କ ମନରେ ଘୃଣା ଭାବ ସୃଷ୍ଟି କରୁଛି। ଜିଲ୍ଲାର ୫ ବିଧାୟକ ଏବଂ ଜଣେ ସାଂସଦ ଥିବାବେଳେ ଜିଲ୍ଲାର ଏଭଳି ଲଜ୍ଜାଜନକ ଚିତ୍ର ଯାହା ଜିଲ୍ଲାବାସୀଙ୍କୁ ଖୁବ୍ ମର୍ମାହତ କରୁଛି।
Sign in
Sign in
Recover your password.
A password will be e-mailed to you.
Prev Post
ରୁଚିକା ମହାନ୍ତି ଆତ୍ମହତ୍ୟା ପରେ ଛାତ୍ରୀ ସୁରକ୍ଷାରେ ବିଫଳ ରାଜ୍ୟ ସରକାରଙ୍କୁ ରାଜରାସ୍ତାରେ ଘେରିଲା ଏବିଭିପି
Next Post