ରୁଚିକା ମହାନ୍ତି ଆତ୍ମହତ୍ୟା ପରେ ଛାତ୍ରୀ ସୁରକ୍ଷାରେ ବିଫଳ ରାଜ୍ୟ ସରକାରଙ୍କୁ ରାଜରାସ୍ତାରେ ଘେରିଲା ଏବିଭିପି

0

ଭଦ୍ରକ,(ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଭଦ୍ରକ ନଗର ତରଫରୁ ଆଜି ବିଜେବି ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତିର ଆତ୍ମହତ୍ୟାରେ ସଂପୃକ୍ତ ଦୋଷୀ ମାନଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆନ୍ଦୋଳନ କରିଅଛି । ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ କଳାର ଛାତ୍ରୀ କଟକ ଆଠଗଡର ରୁଚିକା ମହାନ୍ତି ବିଜେବି କଲେଜର ଛାତ୍ରୀ ନିବାସରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ତିନି ଜଣ ସିନିୟର ଛାତ୍ରୀଙ୍କ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା ବୋଲି ସେ ତାଙ୍କ ସୁସାଇଡ଼ ନୋଟରେ ଉଲେଖ ଥିବା ଜଣାପଡିଛି । ମହାବିଦ୍ୟାଳୟ ପରିସର ରେ ସଠିକ୍ ଆଣ୍ଟି ରାଙ୍ଗି ଟିମ୍ ଓ ଛାତ୍ରୀ ମାନଙ୍କ ପାଇଁ କାଉନସିଲ ର ବ୍ୟବସ୍ଥା ନ ଥିବା ରୁ ଏଭଳି ଅଭବାବନିୟ ଘଟଣା ଘଟିଛି । ଓଡ଼ିଆ ଶିକ୍ଷା ପରିସର କେତେ ଅସୁରକ୍ଷିତ ଓ ଶିକ୍ଷା ପରିବେଶ କେତେ ନକାରାତ୍ମକ ତାହା ଏଠୁ ସ୍ପଷ୍ଟ ଅନୁମେୟ।। ଶିକ୍ଷା ର ଉନ୍ନତି ର ମିଛ ପ୍ରହସନ କରିଥିବା ରାଜ୍ୟ ସରକାରଙ୍କ ଅସଲ ଚରିତ୍ର ଆଉ ଚିହ୍ନିବା କୁ ଆଉ ବାକି ନାହିାଁ । ପ୍ରତ୍ୟକ ବର୍ଷ ରାଜ୍ୟରେ ବିଭନ୍ନ ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ଆତ୍ମହତ୍ୟା ବଢି ବଢି ଚାଲିଛି ଯଦି ଦେଖା ଯାଏ କୌଣସି ମହାବିଦ୍ୟାଳୟ ପରିସରରେ ଆତ୍ମହତ୍ୟା ପଛରେ ସରକାର ଦଳର ନେତା ବା ମୁଖିଆ ମାନଙ୍କର ହାତ ରହୁଛି ସରକାର ଜାଣି ଶୁଣି ଏ ଭଳି ଘଟଣା ଘଟାଇବାକୁ ପ୍ରଶୟ ଦେଉଛନ୍ତି।। ବିଗତ କିଛି ଦିନ ଭିତରେ କଟକର ଝଉଈ ମେଡିକାଲର ଛାତ୍ରୀ, କଳାହାଣ୍ଡିର ଅଧ୍ୟାପିକା ମମିତା ମେହେର, ବଲାଙ୍ଗୀର ମେଡିକାଲ ଛାତ୍ରୀ ଆତ୍ମହତ୍ୟା ପଛରେ ସରକାରଙ୍କର ମୁଖୀଆ ମାନଙ୍କର ହାତ ଅଛି ଜଣାପଡିଲା ପରେ ମଧ୍ୟ ସରକାର ବଦନାମ ହେବା ଭୟରେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛନ୍ତି । ରାଜ୍ୟ ସରକାର ଏ ସମସ୍ତ ବିଷୟ ପ୍ରତି ଯଦି ଧ୍ୟାନ ନଦିଆନ୍ତି ବା ଯଦି ଭଉଣୀ ରୁଚିକାର ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନିଆଯାଏ ଆଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସାରା ଜିଲ୍ଲା ରେ ଏ ଶିକ୍ଷା ବିରୋଧୀ ସରକାରଙ୍କ ବିରୁଦ୍ଧରେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରିବ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଜ୍ୟରେ ପ୍ରତ୍ୟକ କଲେଜରେ ଛାତ୍ରୀ ମାନଙ୍କ ପାଇଁ ପାଞ୍ଚ ଜଣିଆ ଟିମ ତିଆରି ହେବା ସହ ଭଉଣୀ ରୁଚିକାର ଆତ୍ମହତ୍ୟା ସହିତ ଜଡିତ ଥିବା ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛି । ଏହି ଆନ୍ଦୋଳନ ବିକ୍ଷୋଭ କାର୍ଯ୍ୟକ୍ରମର ନଗର ସମ୍ପାଦକ ଦେବଶିଷ ଲାହା ନେତୃତ୍ୱ ନେଇଥିବା ବେଳେ ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଜିଲ୍ଲା ସହ ପ୍ରମୁଖ ଜ୍ୟୋତି ପ୍ରକାଶ ସାହୁ, ନଗର ସଂଗଠନ ସମ୍ପାଦକ ଗୋପବନ୍ଧୁ ଜେନା, ସନ୍ତୋଷ ଦେବ, ସୋନୁ ଲାହା, ଶିବାନି ଶଙ୍କର ନାୟକ, ଆଶୁତୋଷ ମହାନ୍ତି, ଦୁର୍ଗା ଶଙ୍କର ଜେନା, ପ୍ରଶାନ୍ତ ମଲ୍ଲିକ, ବାପୁନ ମହାପାତ୍ର, ମାନସ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.