ଖଇରା (ବୁଲୁ ଲେଙ୍କା) ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ଭବନରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଖଇରା ବ୍ଲକ ରେ ବିଭିନ୍ନ ପଞ୍ଚାୟତରୁ ଜନସାଧାରଣମାନେ ଆସି ତାଙ୍କର ଅଭିଯୋଗ ଜିଲ୍ଲାପାଳ ଦ୍ରତାତ୍ରୟ ସିନ୍ଦେ ଓ ଆରୀକ୍ଷି ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କୁ ଜଣାଇଥିଲେ।୧୧୨ ଜଣଙ୍କର ବିଭିନ୍ନ ସମସ୍ୟାର ଅଭିଯୋଗ ଶୁଣି ତାଙ୍କର ସମାଧାନ କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।ଏହି ଜନଶୁଣାଣିରେ ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର ସାହୁ ,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ,ଖଇରା ତହସିଲଦାର ମହେନ୍ଦ୍ର ପ୍ରସାଦ ବେହେରା, ବିଡ଼ିଓ ପର୍ଶୁରାମ ପଣ୍ଡା,ଡବ୍ଳୁଇଓ ତ୍ରୀଦିଵ ସୁନ୍ଦର ଵରାଳଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଥମେ ନୁତନ ଜିଲ୍ଲାପାଳଙ୍କୁ ବ୍ଳକଅଧ୍ୟକ୍ଷା ଅଭିଲିପସା ସାହୁ,ଅଚ୍ୟୁତପୁର ସରପଞ୍ଚ ଅହଲ୍ୟା ପାତ୍ର ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post