ବରଗଡ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି: ଶୁଣାଣି ହେଲା ସମୁଦାୟ ୧୦୧ ଅଭିଯୋଗ

0

  • ସ୍କୁଲ ଜମି ଜବରଦଖଲ ଅଭିଯୋଗ ଉଠାଇଲେ ପାଇକମାଲ ନାଗରିକ କମିଟି

  • ତିନିଜଣ ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକଲ ଓ ଜଣକୁ ଆଶା ବାଡ଼ି ପ୍ରଦାନ କଲେ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଆଜି ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ ଏକ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରିଥିଲେ । ଆଜି ସକାଳୁ ପାଗ ଟିକେ ଖରାପ ଥିବା ସତ୍ତ୍ୱେ ଜିଲ୍ଲାପାଳ ୧୦୧ ଗୋଟି ଅଭିଯୋଗ ର ଶୁଣାଣି କରିଥିଲେ । ଏହି କାର୍ଯକ୍ରମ ରେ ପାଇକମାଲ ନାଗରିକ କମିଟି ତରଫରୁ ଏକ ପ୍ରତିନିଧି ମଣ୍ଡଳ ସଭାପାଇଁ ଶ୍ରୀ ମନୋଜ କୁମାର ତ୍ରିବେଦୀ ଇ ସମ୍ପାଦକ ଶ୍ରୀ ନୀଳମଣି ପଣ୍ଡା ଙ୍କର ନେତୃତ୍ୱରେ ଭେଟି ପାଇକମାଲ ସଂସ୍କୃତ ବିଦ୍ୟାଳୟ ନିକଟରେ ଜଣେ ବ୍ୟକ୍ତି ଦ୍ୱାରା ବିଦ୍ୟାଳୟ ଜମିକୁ ଜବର ଦଖଲ ବିଷୟରେ ଲିଖିତ ଅଭିଯୋଗ ଜରିବା ସହିତ ପାଇକମାଲ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ନିଶା କାର୍ବାର , ବେଆଇନ ଭାବରେ ଚାଲିଥିବା ସଟା କାର୍ବାର କୁ ତୁରନ୍ତ ବନ୍ଦ କରିବା ଓ ପାଇକମାଲ ଅଂଚଳରେ ହେଉଥିବା ଟ୍ରାଫିକ ଜାମ ସମସ୍ୟାର ସମାଧାନ ବାବଦରେ ଲିଖିତ ଅଭିଯୋଗ କରିଥିଲେ । ଏହା ସହିତ ବିଜୁ ଏକ୍ସପ୍ରେସ ରାସ୍ତା କଡରେ ନିର୍ମାଣ ଜନୀତି ତ୍ରୁଟି କାରଣରୁ ପାଇକମାଲ ଏମ ଇ ସ୍କୁଲରେ ପାଣି ଜମା ହେଉଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହି ସହିତ ଟେମରି ଅଂଚଳରେ ଦିନକୁ ଦିନ ବଢି ଚାଲୁଥିବା ଅପରାଧିକ ମାମଲା ର ନିରାଜରଣ ପାଇଁ ଟେମରି ଠାରେ ଏକ ସ୍ଥାୟୀ ପୋଲିସ ଫାଣ୍ଡି ର ସ୍ଥାପନ କରାଯିବ ପାଇଁ ଟ୍ୱିଟର ଗାର୍ଲ ଭାବରେ ପରିଚିତ ସାମାଜିକ କର୍ମୀ ଦୀପା ବାରିକ ଜିଲ୍ଲାପାଳ ଙ୍କୁ ଲିଖିତ ଭାବରେ ଜଣାଇଥିଲେ । ଆଜି ଏହି ଅଭିଯୋଗ ଶୁଣାଣି ସମୟରେ ଠିକ ଭାବରେ କାର୍ଯ୍ୟ ସମ୍ପାଦନ କରିନଥିବା କିଛି ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ତାଗିଦ ମଧ୍ୟ କରିଥିଲେ । ଆସିଥିବା ଅଭିଯୋଗ ଗୁଡିକର ସମାଧାନ ନିର୍ଦ୍ଧାରିତ ସମୟ ସୀମା ଭିତରେ ସାରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ବରଗଡ଼ ଆରକ୍ଷୀ ଅଧିକ୍ଷକ ଶ୍ରୀ ପୁରୁଷୋତ୍ତମ ଦାସ ସ୍ମିଥ ପରମାର , ପି ଡ଼ି ଶ୍ରୀ କୃତିବାସ ରାଉତ , ପଦ୍ମପୁର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଭୁତି ଭୂଷଣ ଭୋଇ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣି ଦାସ ଙ୍କର ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଦୀର୍ଘ ଦୁଇ ବର୍ଷ ପରେ ଏହିଭଳି ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ହୋଇଥିବା କାରଣରୁ ସ୍ଥାନୀୟ ଜନତା ଙ୍କର ମନରେ ପ୍ରଶାସନ ପ୍ରତି କିଛିଟା ବିଶ୍ୱାସ ଜାତ ହୋଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.