ବଲାଙ୍ଗିର ସଦର ଥାନାରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ, କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ପି ଦେଲେ ପ୍ରତିଶ୍ରୁତି

0

ବଲାଙ୍ଗିର/ ନିରୋଜ ମିଶ୍ର : ବଲାଙ୍ଗିର ସଦର ଥାନାରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ହୋଇଥିବା ଜଣାପଡିଛି । ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଏସ୍‌ପି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବହୁ ଚର୍ଚ୍ଚିତ ବଲାଙ୍ଗିରର ଜମି ଦୁର୍ନୀତି ମାମଲା ସଂପର୍କରେ ବୁଝିବା ପାଇଁ ଆଜି ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ବିଶ୍ୱଜିତ ଦାଶ ସଦର ଥାନାରେ ପହଂଚିଥିବା ସମୟରେ ତାଙ୍କୁ ଏଏସ୍‌ଆଇ ରବୀନ୍ଦ୍ର କୁମ୍ଭାର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବେଳେ ତୁରନ୍ତ ବଲାଙ୍ଗିର ସାମ୍ବାଦିକ ସଂଘର ସଦସ୍ୟମାନେ ସଦର ଥାନାକୁ ପହଂଚିଥିଲେ । ଖବର ପାଇ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର ମଧ୍ୟ ସଦର ଥାନାରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ସିସିଟିଭି ଫୁଟେଜ୍‌ ଦେଖିଛନ୍ତି ଏବଂ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉପସ୍ଥିତ ସାମ୍ବାଦିକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଜମି ଦୁର୍ନୀତି ମାମଲାର ଅଭିଯୁକ୍ତ ମାଧବ ପୃଷ୍ଟି ଓ ଅନ୍ୟ ଦୁଇ ଜଣଙ୍କୁ ସଦର ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.