ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶ ଙ୍କୁ ଗିରଫଦାରୀର ଦୃଢ ପ୍ରତିବାଦ

0

ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର: ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶ ଙ୍କ ଗିରଫକୁ ନେଇ ଟିଟିଲାଗଡ଼ ସାମ୍ବାଦିକଙ୍କ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି l ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସ୍ୱାଭିମାନ ପ୍ରତି ଏହା ଏକ କୁଠାରାଘାତ, ଜନସ୍ୱରକୁ ଚାପିବା ପାଇଁ ହୀନ ଉଦ୍ୟମ ବୋଲି ଉପସ୍ଥିତ ସାମ୍ବାଦିକ ମାନେ ମତପ୍ରକାଶ କରିଛନ୍ତି l ଏଭଳି ହେଲେ ଚତୁର୍ଥ ସ୍ତମ୍ଭ ଦୁର୍ବଳ ହେବା ସହ ଅରାଜକତା ବ୍ୟାପିବା ସୁନିଶ୍ଚିତ l ଏଭଳି ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ସାମ୍ବାଦିକ କିଭଳି ସ୍ୱାଧୀନ ଭାବରେ କାର୍ଯ୍ୟ କରିବେ ବୋଲି ପ୍ରଶ୍ନ ହୋଇଛି l ଜିଲା ସାମ୍ବାଦିକ ସଂଘର ସମ୍ପାଦକ ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ଜିଲା ସାମ୍ବାଦିକ ସଂଘ ସଭାପତି ଦିଲୀପ ପୁରୋହିତ, ଶିବ ପ୍ରସାଦ ପରିଡା ପ୍ରମୁଖ ମଂଚାସୀନ ଥିଲେ l ସଂଘର ଜିଲା ଉପସଭାପତି ମାନସ ମହାନ୍ତି, ଜିଲା ସମ୍ପାଦକ ଦୀପକ ସମ୍ମାଦାର, ହରିଶ ରାୟଠଟ୍ଟା, ଗୋପାଳ ଅଗ୍ରୱାଲ, ପ୍ରକାଶ ଗୋୟଲ ସନତ ପାଢ଼ୀ, ଅଶୋକ ତ୍ରିପାଠୀ, ମନୋଜ ଶତପଥୀ, ଅଙ୍କୁର ଅଗ୍ରୱାଲ ପ୍ରମୁଖ ମତବ୍ୟକ୍ତ କରିଥିଲେ l ରାଜ୍ୟରେ ବର୍ତମାନ ସାମ୍ବାଦିକ ମାନଙ୍କ ଉପରେ ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରିବା ଘଟଣା କୁ ଟିଟିଲାଗଡ଼ ସାମ୍ବାଦିକ ସଂଘ ତୀବ୍ର ବିରୋଧ କରିଛି l ତୁରନ୍ତ ରାଜ୍ୟ ସରକାର ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶ ଙ୍କୁ ଖଲାସ କରିବା ସହ ତାଙ୍କ ସ୍ୱାଭିମାନ, ତଥା ସମ୍ମାନ ହାନୀ କରିଥିବାରୁ ତୁରନ୍ତ ରାଜ୍ୟ ସରକାର କ୍ଷମା ପ୍ରାର୍ଥନା କରିବାକୁ ବରିଷ୍ଠ ସାମ୍ବାଦିକ ଦିଲୀପ ପୁରୋହିତ ଦାବୀ କରିଛନ୍ତି l ପ୍ରତିବାଦ ସଭାରେ ସାମ୍ବାଦିକ ମାନଙ୍କ ସୁରକ୍ଷା କରିବା ସହ ଏହି ଘଟଣାରେ ରାଜ୍ୟ ସରକାର ଙ୍କ ପଦକ୍ଷେପ କୁ ସାଧାରଣ ଜନତା ମଧ୍ୟ ତୀବ୍ର ବିରୋଧ କରିବା ସହ ନୀତି ଦିନ ସାମାଜିକ ଗଣମାଧ୍ୟମ ରେ ଏହା ଭାଇରଲ ହେଉଥିଲେ ଵି ରାଜ୍ୟ ସରକାର ନିଜ ସ୍ୱାର୍ଥ ପାଇଁ ଯେ କୌଣସି ସ୍ତର କୁ ଖସି ପାରେ ବୋଳି ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ପରିଡା ନିଜ ବକ୍ତବ୍ୟ ରେ କହିଥିଲେ l ତେବେ ଆଗକୁ ରାଜ୍ୟର ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ ନ କଲେ ଏହାର ପରିଣାମ ଶାସକ ଦଳ ପାଇଁ ଭୟଙ୍କର ହେବ ବୋଳି ଟିଟିଲାଗଡ଼ ସାମ୍ବାଦିକ ସଂଘ ଚେତାବନୀ ଦେଇଛି |

Leave A Reply

Your email address will not be published.