ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁରେ ଶୋକ

0 2

ଅଂଚଳର ବିକାଶ ଦିଗରେ ତାଙ୍କର ଅବଦାନ ତଥା ସହଯୋଗ ସ୍ମରଣୀୟ ହୋଇ ରହିବ: ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ପୂର୍ବତନ ବ୍ଲକ ଅଧକ୍ଷ ବ୍ରଜ କିଶୋର ବିଶ୍ୱାଳଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ବିଶ୍ୱାଳ ଏକାଧାରରେ ଜଣେ ସମାଜସେବୀ, ରାଜନୀତିଜ୍ଞ, ପରୋପକାରୀ , ମିଷ୍ଟଭାଷୀ, ନିଶ୍ଚିନ୍ତକୋଇଲି ବ୍ଲକର ଅଧକ୍ଷ ଏବଂ କଂଗ୍ରେସ ନେତା ଭାବେ କାର୍ଯ୍ୟ କରି ଲୋକମାନଙ୍କ ସୁଵିଧା ଅସୁବିଧାକୁ ସମାଧାନ କରିପାରିଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିଥିବା ଖବର ପ୍ରଚାର ପ୍ରସାର ହେବା ପରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁ, ବିଜେପି ନେତା ଶାରଦା ପ୍ରଧାନ, ନିଶ୍ଚିନ୍ତକୋଇଲି ବ୍ଲକ ପ୍ରାକ୍ତନ ଅଧକ୍ଷା ସବିତା ଓଝା, ଗିରିସରଞ୍ଜନ ମହାପାତ୍ର, ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା, ବିଜେଡି ସଭାପତି ରମାକାନ୍ତ ମହାନ୍ତି ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ବିଶ୍ବାଳଙ୍କ ପରିବାରଜୁ ସମବେଦନା ଜଣାଇଛନ୍ତି ଏବଂ ସ୍ବର୍ଗତ ବିଶ୍ବାଳଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ଶ୍ରୀ ବିଶ୍ୱାଳଙ୍କ ଦେହାନ୍ତରେ ମାହାଙ୍ଗା ବିଧାୟକ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ଜେନା ଏକ ଶୋକବାର୍ତାରେ କହିଛନ୍ତି କି ଶ୍ରୀ ବିଶ୍ୱାଳଙ୍କ ବିୟୋଗ ଖବର ପାଇ ସେ ଦୁଃଖିତ । ସ୍ୱର୍ଗତ ବିଶ୍ୱାଳ ଜଣେ ଅମାୟିକ ବ୍ୟକ୍ତି ଥିଲେ । ଅଂଚଳର ବିକାଶ ଦିଗରେ ତାଙ୍କର ଅବଦାନ ତଥା ସହଯୋଗ ସ୍ମରଣୀୟ ହୋଇ ରହିବ । ଶ୍ରୀ ଜେନା ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Leave A Reply

Your email address will not be published.