ସାମ୍ବାଦିକ ମନୋହର ଦାଶଙ୍କ ମାତୃ ବିୟୋଗ

0 2

ଝାରବନ୍ଧ : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡିଦର୍ହା ନିବାସୀ ସାମ୍ବାଦିକ ମନୋହର ଦାଶଙ୍କ ମାତୃ ବିୟୋଗ ହୋଇଛି। ତାଙ୍କ ମାତା ଦ୍ରୋପଦୀ ଦାଶଙ୍କର ୮୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଆଜି ସେ ହଠାତ ଅସୁସ୍ଥ ଅନୁଭବ କରିଥିବା ଯୋଗୁ ତାଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ଉଦ୍ୟମ କରୁଥିବା ବେଳେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକ ମାତ୍ର ପୁଅ,ବୋହୁ,ତିନି ଝିଅ ଜ୍ବାଇଁ ,ଆତ୍ମୀୟ ବନ୍ଧୁ ପରିଜନ ଉପସ୍ଥିତ ଥିଲେ।ସେ ଜଣେ ଧର୍ମ ପରାୟଣା,ପରୋପକାରୀ,ମେଳାପୀ,ମିଷ୍ଟଭାଷୀ ମହିୟସୀ ମହିଳା ଥିଲେ।ତାଙ୍କର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।ଶତାଧିକ ଜନ ସାଧାରଣ ତାଙ୍କ ବାସ ଭବନକୁ ଆସି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା।ଏକମାତ୍ର ପୁଅ ମନୋହର ମୁଖାଗ୍ନି ଦେଇଥିଲେ।


ଶ୍ରୀମତୀ ଦାଶଙ୍କ ଦେହାନ୍ତରେ ଶାସକ ପ୍ରଶାସକ ପରିବାର ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.