ସିକରପାଇ ଷ୍ଟେସନ ରେଳ ଗାଡି ରହଣୀ ଦାବୀ ନେଇ ରେଳ ପ୍ରତିନିଧି ସହ ଆଲୋଚନା ,ବାହାରି ପାରୁନି ସମାଧାନ ବାଟ।

0 2

କଲ୍ୟାସିଂହପୁର ରୁ ପ୍ରଦୀପ ଦଲାଇ/ରାୟଗଡ ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ରେଳ ଷ୍ଟେସନ ରେ ରେଳ ଗାଡି ରହଣୀ ଦାବୀ କରି ଗତ ପନ୍ଦର ତାରିଖ ଦିନ ସିକରପାଇ ମଣ୍ଡଳ ଭାଜପା ତରଫରୁ ଏକ ୫ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ସେଥିରେ ମୁଖ୍ୟ ଦାବୀ ଗୁଡିକ ହେଲା ଷ୍ଟେସନରେ ସମସ୍ତ ପାସେଞ୍ଜର, ଏକ୍ସପ୍ରେସ ରେଳ ରହଣୀ, ଡିଏମଇଉର ସମୟ ପରିବର୍ତନ, ରାସ୍ତାର ମରାମତି, ପ୍ଲାଟଫର୍ମର ଉଚ୍ଚ କରିବା ଭଳି କେତେକ ଦାବୀ ରହିଥିଲା। ଯଦି ଆଗାମୀ ୧/୭- ତାରିଖ ସୁଦ୍ଧା ନ ଦାବୀ ପୁରଣ ନହେଲେ ରେଳ ରୋକ କରିବାକୁ ଦାବୀ ରହିଥିଲା। ଏହି ଦାବୀ ପତ୍ର ର ଆଧାରରେ ଡି ଆର ଏମଙ୍କ ନିର୍ଦେଶରେ ଲଷ୍ମୀପୁର ସବ ଇନିସ୍ପେକ୍ଟର ରେଳ ବିଭାଗ ର ଦେବେନ୍ଦ୍ର କୁମାର ସେନାପତି, ରାୟଗଡ ସବ ଇନିସ୍ପେକ୍ଟର ଅପରାଓ ଙ୍କ ଯୋଗାଯୋଗର ଏକ ଅନୁରୋଧ କରି ୧ ତାରିଖରେ ରେଳ ରୋକକୁ ନକରିବାକୁ ଅନୁରୋଧ କରାଯାଇଥିଲା। ସେଥିରେ କମିଟି ରାଜି ହେଇଥିଲେ | ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଥିବା ଯୋଗୁ ଅନେକ ଭକ୍ତଙ୍କ ଅସୁବିଧାପାଇଁ ସ୍ଥଗିତ ରଖାଯାଇଥିଲା ବୋଲି ମଣ୍ଡଳ ସଭାପତି ମନୋଜ କୁମାର ସେଠୀ, ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ପଟେଲ କହିଛନ୍ତି। କିନ୍ତୁ ଆଜି ଭୀଷଣ ବର୍ଷା ପାଗ ସୁଦ୍ଧା ରେଳ ବିଭାଗର ଗୁଇନ୍ଦା ବିଭାଗର ଅଧିକାରୀ, ରେଳ ସୁରକ୍ଷା ବଲର ଏ କେ ବେହେରା, ପଙ୍କଜ କୁମାର ଅନ୍ୟ ଅଧିକାରୀ ପୂର୍ବାହ୍ନ ୧୧ଟା ସମୟରେ ପହଞ୍ଚି ପ୍ରତିନିଧି ଦଳ ନେତା ଙ୍କ ସହ ଆଲୋଚନା କରିଥିଲେ ଆଲୋଚନା ଶାନ୍ତିପୂର୍ଣ୍ଣ ରହିଥିଲା। ଏହି ଆଲୋଚନାରେ ସମସ୍ତ ପ୍ରକାର ଦାବୀ ପୁରଣ ପାଇଁ ବିଚାର ବିମର୍ଷ ହେଇଥିଲା। ସେ ଏକ ପ୍ରସ୍ତାବ ଆଗତ କରି କହୁଥିଲେ କି ଏକ ୩ ଜଣିଆ ପ୍ରତିନିଧି ଦଳ ଆମ ତତ୍ୱବାଧାନରେ ଡି ଆର ଏମ ଙ୍କ ସହଭେଟି କଥା ହେବେ ଓ ନିଜ ଦାବୀ ଜଣାଇବାକୁ କହିଥିଲେ। କିନ୍ତୁ ଶ୍ରୀ ସେନାପତି କୌଣସି ନିଷ୍ପତି ନେଇ ଏକ ସଠିକ ଉତର ନ ରଖି ସନ୍ଧ୍ୟା ୪ ଟା ବେଳେ ଜଣାଇବେ କହି ଲୋକଙ୍କୁ ଭଣ୍ଡାଇ ଥିବାର ଜଣା ପଡ଼ିଛି | କାରଣ ଏବେ ସୁଦ୍ଧା କିଛି ନିଷ୍କର୍ଷ ବାହାରି ନାହିଁ ରେଳ ରୋକକୁ ଭଣ୍ଡୁର କରିବାକୁ ଯୋଜନା କରାଯାଇଛି ବୋଲି କମିଟି ମନରେ ଅସନ୍ତୋଷ ର ବାତାବରଣ ସୃଷ୍ଟି ହେଇଛି | ତାହା ଆଗକୁ କଣ ରୂପ ନେବ କହିବା କଷ୍ଟକର ବୋଲି ବୈଠକରେ ଯୋଗଦେଇଥିବା ବରିଷ୍ଠ ନେତା ଚମିୟା ଲହରା, ଧନେଶ୍ୱର ରାଉତ,ବି ପ୍ରଭାଜର ପାତ୍ର, ହଳଧର ମିଶ୍ର, ମହିଳା ସଭାନେତ୍ରୀ ପ୍ରମିଳା ନାୟକ ଓ ଅନ୍ୟମାନେ ଯୋଗଦେଇଥିଲେ।

Leave A Reply

Your email address will not be published.