୭୩ତମ ଜାତୀୟ ବନ ମହୋତ୍ସବ ସପ୍ତାହ : ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ

0 2

ନବରଙ୍ଗପୁର (ଅଶୋକ ସାହୁ ): ଆଜି ୭୩ ତମ ଜାତୀୟ ବନ ମହୋତ୍ସବ ସପ୍ତାହ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଛତ୍ରଭଟ ଶ୍ମଶାନ ଠାରେ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଁଳା, ଫାସି, ଆମ୍ବ, ପଣସ, ଜାମୁକୋଳି, ଦେଶୀ ନିମ୍ବ , ବଡ଼ ଚାକୁଣ୍ଡା, ବାହାଡ଼ା, ଅର୍ଜୁନ, କଷି, ଦେବଦାରୁ , କୃଷ୍ଣ ଚୁଡ଼ା, ରାଧା ଚୁଡ଼ା ବୃକ୍ଷ ଆଦି ରୋପଣ କରାଯାଇଥିଲା। ନିଜର ଦୈନନ୍ଦିନ ଜୀବନରେ ହେଉ କିମ୍ବା ଆଗାମୀ ପିଡି ପାଇଁ ସ୍ୱଚ୍ଛ ଅମ୍ଳଜାନ ନିମନ୍ତେ ବୃକ୍ଷ ରୋପଣ ର ବିକଳ୍ପ ଆଉ କିଛି ନାହିଁ ବୋଲି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ବୃ୍ଷରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମତ ପ୍ରକାଶ କରିଥିଲେ। ଏହି ଅବସରରେ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ କେନ୍ଦୁଗୁଡା ବନ ସଂରକ୍ଷଣ ସମିତିକୁ ବିଜୁ ପଟ୍ଟନାୟକ ପୁରସ୍କାର ସହିତ କୋଡ଼ିଏ ହଜାର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ କୁ ସହକାରୀ ବନ ସଂରକ୍ଷକ ଧନୁର୍ଯୟ ମହାପାତ୍ର ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ପୌର ପାଳିକା ଅଧ୍ୟକ୍ଷ କୁନୁ ନାୟକ, ଖଣ୍ଡିୟ ବନ ଅଧିକାରୀ ପ୍ରସନ୍ନ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ତହସିଲଦାର ରବିନ୍ଦ୍ର କୁମାର ରାଉତ, ପୂର୍ବତନ ଲୋକସଭା ସାଂସଦ ବଳଭଦ୍ର ମାଝୀ, ବନାଞ୍ଚଳ ଅଧିକାରୀ ଟଡିତ ସ୍ୱାଇଁ, ବନପାଳ ଗୋବିନ୍ଦ ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜରୁୀକାଳୀନ ହିମାଂଶୁ ଶେଖର ପଟ୍ଟନାୟକ, ପୌର ପରିଷଦ କାଉନ୍ସିଲର ଅମିତ୍ ପ୍ରଧାନ, ଏ.ସତୀଶ, ନଗେନ୍ଦ୍ର ପଟ୍ଟନାୟକ, ସମେଶ ଖରା, ରଞ୍ଜିତା ପଣ୍ଡା, ସନ୍ତୋଷୀ ଜାନି, ଜଗଦୀଶ ବିଶୋୟୀ, କାହ୍ନୁ ଦାସ, ଓଡିଶା ରାଜସ୍ଵ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ ଖବର ଦାତା, ସ୍ବେଛାସେବୀ , ରକ୍ତଦାତା ସ୍ଵେଚ୍ଛାସେବୀ , ବନ ବିଭାଗ କର୍ମଚାରୀ ଏବଂ ଶ୍ମଶାନ କମିଟି ସଭାପତି ଓ ସଭ୍ୟ ବୃନ୍ଦ ସମେତ ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.