ରାଜବୋଡାସମ୍ବର ବ୍ଳକର ସମିତିସଭ୍ୟ ସଙ୍ଘର କର୍ମକର୍ତ୍ତା ଚୟନ ।

0 2

ପଦ୍ମପୁର- ମେଲଛାମୁଣ୍ଡା ଗ୍ରାମ ପଞ୍ଚାୟତ ସଭାଗୄହରେ ରାଜବୋଡାସମ୍ବର ବ୍ଳକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା ଓ ଉପାଧ୍ୟକ୍ଷା ସଂଯୁକ୍ତା ଚାନ୍ଦ ଙ୍କ ସଭାପତିତ୍ବରେ ସମିତିସଭ୍ୟ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସମସ୍ତଙ୍କ ସର୍ବସମ୍ମତି କ୍ରମେ ସମିତିସଭ୍ୟ ସଙ୍ଘର ଠାକୁର କୁମାର ପଣ୍ଡାଙ୍କୁ ସଭାପତି, ସୁଶାନ୍ତ ପାଣ୍ଡେ ସମ୍ପାଦକ,ସାବିତ୍ରୀ ଚାନ୍ଦ କୋଷାଧ୍ୟକ୍ଷ, ପାର୍ବତୀ ଧରୁଆଙ୍କୁ ଉପସଭାପତି,ଭାଗିରଥି ସୁନାଙ୍କୁ ସହ ସମ୍ପାଦକ ଭାବେ ମନୋନିତ କରାଗଲା । ସଭା ଶେଷରେ ଜମଲା ସମିତିସଭ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.