ଜଗତସିଂହପୁର/ସୁମନ୍ତ କୁମାର ଦାସ: ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଚୟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଏହି ପ୍ରତିଭା ଚୟନ ପ୍ରତିଯୋଗିତା ୦୨.୦୭.୨୨ ଓ ୦୩.୦୭.୨୨ ଦୁଇ ଦିନ ଧରି ଅନୁଷ୍ଠିତ ହେବ l କାର୍ଯ୍ୟକ୍ରମ ଉଦଘାଟନ କରି ଜିଲ୍ଲାପାଳ କହିଲେ ଆଜି ବିଭିନ୍ନ ବ୍ଲକ ରୁ ୧୦ ରୁ ୧୫ ବର୍ଷ ର ଛାତ୍ର ଛାତ୍ରୀ ମାନେ ଚୟନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଛନ୍ତି l ଓଡିଶା ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେଉଛନ୍ତି l ଆଗାମୀ ଦିନରେ ଓଡ଼ିଶାରେ ହକି ୱାଲର୍ଡ କପ ଅନୁଷ୍ଠିତ ହେବାକୁ ଯାଉଛି l ଓଡିଶା ର ଭଲ ଭଲ କ୍ରୀଡ଼ାବିତ ମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି l ଏହି ଚୟନ ପ୍ରତିଯୋଗିତା ରେ ଯେଉଁ ପିଲାମାନେ ଭଲ ପ୍ରଦର୍ଶନ କରିବେ ସେମାନେ ରାଜ୍ୟ ସ୍ତରକୁ ଉନ୍ନୀତ ହେବେ l ୩୦ ଟି ଜିଲ୍ଲାରେ ଏହି ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି l ରାଜ୍ୟ ସ୍ତରରେ ପ୍ରତିଭା ଚୟନ କରାଯାଇ ବିଭିନ୍ନ କ୍ରୀଡା ପାଇଁ କୋଚିଙ୍ଗ ପ୍ରଦାନ କରାଯିବ ଓ ଜାତୀୟ ସ୍ତରକୁ ମନୋନୟନ ହେବ l ଜିଲ୍ଲା ପ୍ରଶାସନ ପକ୍ଷରୁ ପିଲାମାନଙ୍କ ପାଇଁ ପାନୀୟ ଜଳ, ଗ୍ଲୁକୋଜ ଓ ଆର. ଏମ ଇତ୍ୟାଦି ବ୍ୟବସ୍ଥା କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ରୁଦ୍ରନାରାୟଣ ଦାସ ଯୋଗଦେଇ କହିଲେ ବିଭିନ୍ନ ବ୍ଲକ ଓ ମୁନ୍ସିପାଲଟି ରୁ ୧୦୦ କିଡ଼ାବିତ ପ୍ରତିଭା ଚୟନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଛନ୍ତି l ସଟଲ ରନ, ଷ୍ଟାଣ୍ଡିଙ୍ଗ ପ୍ଲାଇଙ୍ଗ ଷ୍ଟାର୍ଟ, କ୍ରିକେଟ ବଲ ଥ୍ରୋ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଜିଲ୍ଲା କ୍ରୀଡା ସଂସଦ, ସମ୍ପାଦକ ଶ୍ରୀ ଦୋଳଗୋବିନ୍ଦ ଦାଶ କହିଲେ ଏହି ଚୟନ ପ୍ରତିଯୋଗିତା ପିଲାମାନଙ୍କୁ ଏକ ଭଲ ସୁଯୋଗ ଆଣି ଦେଇଛି l ପୂର୍ବରୁ ଏକ ଭଲି ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତା ରେ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରୁ ୧୮୦ କ୍ରୀଡ଼ାବିତ ଯୋଗଦେଇ ଥିଲେ l ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ୱବିଜୟିନୀ ପଟ୍ଟନାୟକ ପରିଚାଳନା କରୁଛନ୍ତି l ଜିଲ୍ଲା ଖରିରୀ ଶିକ୍ଷା ପରିଦର୍ଶକ ବିଦ୍ୟାଧର ପ୍ରଧାନ ଉପସ୍ଥିତ ରହି ପ୍ରତିଭା ଚୟନ କାର୍ଯ୍ୟକ୍ରମ ରେ ସହାୟତା କରୁଛନ୍ତି l କ୍ରୀଡା ପ୍ରତିଭା ମନୋନୟନରେ ୬ ଜଣ କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀ ବିଚାରକ ଭାବେ ରହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀ, କ୍ରୀଡ଼ାବିତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ୱାଗତ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରିଣୀ ବିଶ୍ୱବିଜୟିନୀ ପଟ୍ଟନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.