ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ସ୍କାଉଟ୍ସ ଓ ଗାଇଡ଼ସ, ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ଼ସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ମହାରାଜାଙ୍କ ବାଳକ ବିଦ୍ୟାଳୟ , ପାରଳାଖେମୁଣ୍ଡି ସମୁଖରେ ଏକ ସେବା ଶିବିର ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଥିଲେ।
ଏହି ଶିବିରରେ ଭକ୍ତ ମାନଙ୍କୁ ମିଠା ଖେଚୁଡ଼ି , ପାନୀୟ ଜଳ ଭଳି ସେବା ଯୋଗାଇ ଦିଆଯାଉ ଥିବାର ବ୍ୟବସ୍ଥା କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସ୍କାଉଟ୍ସ ଓ ଗାଇଡ଼ସ ତରଫରୁ ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର , ସଞ୍ଜୟ ପାତ୍ର , କିଶୋର ଚନ୍ଦ୍ର ଦାସ , ଶଶିକାନ୍ତ ମହାପାତ୍ର , ଏ. ରାମା ରାଓ , ଦିଲେଶ୍ଵର ତୃନା , ପ୍ରଦୀପ ସାମଲ , ପ୍ରଦୀପ ପ୍ରସାଦ ପାଢ଼ୀ ପ୍ରମୁଖ ସହଯୋଗ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.