ପୁରୀ(ଅନିମେଶ ପଟ୍ଟନାୟକ): ଶନିବାର ପୁରୀରେ ପୁଣି ଅଭାବନୀୟ ଘଟଣା ଘଟିଛି । କେହି ଜଣେ ଦୁର୍ବୁତ୍ତ ଗୁଣ୍ଡିଚାଘର ଆଡ଼ପ ଚୁଲିକୁ ଭାଙ୍ଗି ଦେଇଛି । ଯାହା ଏବେ ପୁଣି ଚର୍ଚ୍ଚାର ବିଷୟ ହୋଇଛି । ପାଖା ପାଖି ୨୦ଟି ଚୁଲିକୁ ଭାଙ୍ଗାଯାଇଥିବା ଜଣାପଡ଼ିଛି । ଗୁଣ୍ଡିଚାଘରେ ୭୫୨ ଚୁଲି ରହିଛି । ଚୁଲିଗୁଡ଼ିକ କେହି ହାତରେ ଭାଙ୍ଗିଥିବା ଅନୁମାନ କରାଯାଉଛି । ତେବେ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଭଳି ଆଡ଼ପ ମଣ୍ଡପ ଚୁଲିକୁ ତଡାଯାଇ ଭଙ୍ଗା ହୋଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନା ଥାଉକି କିଛି ଦିନ ତଳେ ଶ୍ରୀମନ୍ଦିର ରୋଷଘରେ ପଶି ଜଣେ ଦୁର୍ବୁତ୍ତ ବହୁ ଚୁଲି ତାଡ଼ି ଭାଙ୍ଗି ଦେଇଥିଲା । ପରବର୍ତ୍ତି ସମୟରେ ଛାନବିନ ପରେ ଦୁର୍ବୁତ୍ତକୁ ଗିରଫ କରାଯାଇଥିଲା । ତେବେ ଆଜିର ଘଟଣା ପୁଣି ଜଗନ୍ନାଥ ପ୍ରେମୀଙ୍କୁ ଦୁଃଖ ଦେଇଛି । ପୁଣି ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି ।