ଘର ଆଗରେ କଣିକାବାଡ଼ ଦେଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ

0

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବିଗତ ଦିନ ମାନଙ୍କରେ କଙ୍ଗାରୁ କୋର୍ଟର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ ନୃସିଂହପ୍ରସାଦ ଗ୍ରାମବାସୀ ଗୋଟିଏ ପରିବାରର ଘର ସାମ୍ନାରେ କଣିକା ବାଡ଼ ବୁଜି ଥିବାରୁ ଉକ୍ତ ପରିବାର ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ଦାଣ୍ଡକୁ ବାହାରି ପାରୁନଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ରମାକାନ୍ତ ନାୟକଙ୍କ ସ୍ତ୍ରୀ ଗୋଲାପ ନାୟକ ତା ୩୧.୫.୨୦୨୨ ରିଖରେ ଓଡ଼ଗାଁ ଥାନାରେ ଏନେଇ ଅଭିଯୋଗ କରିଥିଲେ । ସୂଚନା ଅନୁସାରେ ନୃସିଂହପ୍ରସାଦ ଗ୍ରାମର ସୀମାଞ୍ଚଳ ବେହେରାଙ୍କ ନେତୃତ୍ବରେ କିଛି ଗ୍ରାମବାସୀ ଯାଇ ଗୋଲାପ ନାୟକଙ୍କ ଘର ସାମ୍ନାରେ କଣିକା ବାଡ଼ ବୁଜି ଥିଲେ। ସେତେବେଳେ ଗୋଲାପଙ୍କ ପରିବାର ପ୍ରତିବାଦ କରିଥିଲେ ମଧ୍ୟ ଗ୍ରାମବାସୀ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ତେବେ ଓଡ଼ଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କ ସହିତ ଆଲୋଚନା କରିଥିଲେ । କୌଣସି ପକ୍ଷ ରାଜି ନହେବାରୁ ଉକ୍ତ ବିବାଦୀୟ ଯାଗାକୁ ଉଭୟ ପକ୍ଷକୁ ଦୁରେଇ ରଖିବା ପାଇଁ ପୋଲିସ୍ ପକ୍ଷରୁ ୧୦୭ ନୋଟିସ ଜାରି କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ବିବାଦୀୟ ସ୍ଥାନର କୌଣସି ସମାଧାନ ହୋଇ ପାରୁନଥିବାରୁ ବାଡ଼ ଘେର ଭିତରେ ଗୋଲାପ ନାୟକଙ୍କ ପରିବାର ବାନ୍ଧି ହୋଇ ରହିଥିବା ଜଣାଯାଇଛି ।

Leave A Reply

Your email address will not be published.