କଲ୍ୟାସିଂହପୁର ରୁ ପ୍ରଦୀପ ଦଲାଇ /ଆଜି କଲ୍ୟାସିଂହପୁର ସହର ବଡଦାଣ୍ଡ ଘଣ୍ଟ, ହୁଳହୁଳିରେ ଚଳଚଂଚଳ ହୋଇ ପଡିଛି ।ଦୁଇ ବର୍ଷ ପରେ ରଥଯାତ୍ରା ଦେଖିବାକୁ ଭକ୍ତଙ୍କୁ ସୁଯୋଗ ମିଳିଥିବା ବେଳେ କଲ୍ୟାସିଂହପୁର ମୁଖ୍ୟରାସ୍ତା ଜନସମୁଦ୍ରରେ ପରିଣମିତ ହୋଇଯାଇଛି।କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ପରେ ଶୁକ୍ରବାର ପବିତ୍ର ଘୋଷଯାତ୍ରାରେ ପୁଣି ଥରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳିନ ହୋଇଛି। ଜଗନ୍ନାଥ ମନ୍ଦିର କମିଟି ତରଫରୁ ଜଗତରନାଥ ଜଗନ୍ନାଥଙ୍କ ଭକ୍ତ ଙ୍କ ଗହଣରେ ଘୋଷଯାତ୍ରା ଆରମ୍ଭ ହୋଇ ଥିବା ବେଳେ ରଥଟଣା ସମୟରେ ଜୟ ଜଗନ୍ନାଥ ହୁଳହୁଳି ଧ୍ୱନୀରେ କମ୍ପି ଉଠିଥିଲା ! ସକାଳେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ବିଭିନ୍ନ ରିତିନୀତି ସଂପନ୍ନ କରାଯିବା ପରେ ପୂର୍ବାହ୍ନ ୩ ଟା ୩୦ ମିନିଟରେ ପହଣ୍ଡି କରାଯାଇ ଠାକୁର ମାନଙ୍କୁ ରଥାରୁଢ କରାଯାଇଥିଲା। ସେବକ ମାନଙ୍କ ଦ୍ବାରା ତିନି ଠାକୁରଙ୍କ ବିଭିନ୍ନ ସେବାନିତୀ କରିଥିଲେ। ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ ସାଙ୍ଗକୁ ହରିବୋଲ, ହୁଳହୁଳି ଧ୍ୱନିରେ ରଥଟଣା ରାସ୍ତା ପ୍ରକମ୍ପିତ ହୋଇଥିଲା। ଜଗନ୍ନାଥ ମନ୍ଦିର ଠାରୁ ରଥଟଣା ଯାଇଥିବା ବେଳେ ସଂନ୍ଧ୍ୟା ୫ଟା ସମୟରେ ମାଉସିମାଁ ମନ୍ଦିର ଠାରେ ରଥ ପହଂଚିଥିଲା !ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ କର୍ମଚାରୀ ମାନେ ନିୟୋଜିତ ରହିଥିବାର ଦେଖିବାକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.
Next Post