ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧାମୁର୍ତ୍ତୀଙ୍କ ଶ୍ରୀଗୁଣ୍ଡିଚା ଅଭିମୁଖେ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଓଡଶା ଆନ୍ଧ୍ର ସୀମାନ୍ତ ପାରଳାଖେମୁଣ୍ଡି ଠାରେ ଏହି ରଥାଯାତ୍ରାରେ ଚଳିତ ଥର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା।
ଏହି ଅବସରରେ ସକାଳେ ତିନି ଠାକୁରଙ୍କ ରଥର ପାରମ୍ପରିକ ରୀତିନୀତିରେ ପୂଜାବିଧି କାର୍ଯ୍ୟ ସମ୍ପନ୍ନ ହେବା ପରେ ତିନି ଠାକୁରଙ୍କ ପହଣ୍ଡି ବିଜେ ପାଇଁ ଶ୍ରୀମନ୍ଦିରରେ ପୂଜାବିଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ଉପରକୁ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ତିନି ରଥ ଉପରେ ପାରଳାଖେମୁଣ୍ଡି ମହାରାଣୀ କଲ୍ୟାଣୀ ଗଜପତି ନାରାୟଣ ଦେବ ଛେରାପହରା କାର୍ଯ୍ୟକ୍ରମ ସମ୍ପନ୍ନ କରିଥିଲେ। ପାଗ ଅନୁକୁଳ ଥିବା ଯୋଗୁଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଭକ୍ତଙ୍କ ଗ୍ରହଣରେ ଚତୁର୍ଦ୍ଧାମୁର୍ତ୍ତୀଙ୍କ ଉପରକୁ ପହଣ୍ଡି ବିଜେ ଏବଂ ରଥ ଉପରେ ରାଜକନ୍ୟାଙ୍କ ଛେରାପହରା କାର୍ଯ୍ୟକ୍ରମ ହୁଳହୁଳି, ଘଣ୍ଟ ଓ ଶଙ୍ଖନାଦ, ହରିବୋଲ ଓ ସଂକୀର୍ତ୍ତନ ପ୍ରଭୃତି ଧ୍ୱନିରେ ସମଗ୍ର ବଡଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ଠାକୁରଙ୍କ ପହଣ୍ଡି ବେଳେ ରଥ ସମ୍ମୁଖରେ ଆକର୍ଷଣୀୟ ଓଡିଶୀ ନୃତ୍ୟ ଓ ମାହାରୀ ନୃତ୍ୟ ସ୍ଥାନୀୟ କଳାକାର ମାନେ ପରିବେଷଣ କରିଥିଲେ।
ଅପରାହ୍ନ ରେ ତିନି ଠାକୁରଙ୍କ ରଥ ଶ୍ରୀଗୁଣ୍ଡିଚା ଅଭିମୁଖେ ଟଣାଯାଇଥିଲା। ପ୍ରଭୁ ଜଗନ୍ନାଥ ଓ ଭଳଭଦ୍ର ରଥକୁ ପୁରୁଷ ଓ ଯୁବକ ମାନେ ଟାଣିଥିବା ବେଳେ ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଓ ଯୁବତୀ ମାନେ ଟାଣି ନେଇଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ବାହିନୀ ମୃତୟନ ଥିଲେ।
Sign in
Sign in
Recover your password.
A password will be e-mailed to you.