ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା

0

ହାଟଡିହି/ମକର ଧ୍ୱଜ ଯେନା: କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ବେହେରାଙ୍କୁ ବିଦ୍ୟାଳୟ ପ୍ରାଙ୍ଗଣ ରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସହିତ ଗ୍ରାମ ପରିକ୍ରମା କରାଯାଇଥିଲା।ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ପ୍ରଧାନ ଶିକ୍ଷକ ରତ୍ନାକର ପଣ୍ଡା ଯୋଗଦେଇଥିବା ବେଳେ କୋଦଣ୍ଡଧର ମହାନ୍ତିଙ୍କ ସଭାପତିତ୍ବରେ ପ୍ରଦିପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରାଧାଶ୍ୟାମ ନାୟକ,ରତ୍ନାକର ଦିବେଦୀ,ବଳରାମ ନାୟକ,ସୁବାଷ ଚନ୍ଦ୍ର ଯେନା,ରମେଶ ଚନ୍ଦ୍ର ନାୟକ,ନାରାୟଣ ବେହେରା,ହରିହର ବେହେରା ପ୍ରମୁଖ ସଭାରେ ଉପସ୍ଥିତ ରହି ଅଭିଭାଷଣ ମାଧ୍ୟମରେ ରବୀନ୍ଦ୍ର ସାରଙ୍କର ସ୍କୁଲପ୍ରତି ଥିବା ତ୍ୟାଗ ନିଷ୍ଠା ସହିତ ଭଲ ମଣିଷ ଗଢିତୋଳିବାରେ ସେ ଥିଲେ କୁଶଳୀ କାରିଗର ବୋଲି ମତ ପ୍ରକାଶ କରିଥିଲେ।

Leave A Reply

Your email address will not be published.