ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ ରୁ ଏସଟିଭି ନିଉଜ ଓଡିଶା ଆଜି ଦ୍ଵିତୀୟ ବର୍ଷ ରେ ପଦାର୍ପଣ କରିଛି । ଏହି ଅବସରରେ ଏସଟିଭି ନିଉଜ ଓଡ଼ିଶାର ଅଧକ୍ଷ ଅମିତାଭ ମହାପାତ୍ର ଙ୍କ ଅଧକ୍ଷତାରେ ନିଶ୍ଚିନ୍ତକୋଇଲି ବଜାର ସ୍ଥିତ ବନ୍ଧନ ମଣ୍ଡପ ପରିସରରେ ୨ୟ ସ୍ଵନକ୍ଷେତ୍ର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମିଡିଆ ବ୍ରଦର୍ଶ ର ଅଧକ୍ଷ ବରିଷ୍ଠ ସାମ୍ୱାଦିକ ସୁରେନ୍ଦ୍ରନାଥ ରାଉତ ମଞ୍ଚ ପରିଚାଳନା କରିଥିଲେ । ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀଙ୍କ ସୁଖ ଦୁଃଖର ସାଥି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ପରିଚିତ ଯୁବ ସମାଜସେବୀ ତଥା ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା ଯୋଗଦାନ କରି ଯିଏ ଯେତେ ବଡ଼ ପଦବୀରେ ଥାଉ ନାଁ କାହିଁକି ନିଜକୁ ଏକ ସାଧାରଣ ମଣିଷ ଭାବେ ଗଢିତୋଳି ଲୋକମାନଙ୍କ ସମସ୍ୟାରେ ସାଥି ହେବା ସମସ୍ତଙ୍କ ର ପ୍ରଥମ କର୍ତ୍ତବ୍ୟ ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ଏପରିକି ଗଣମାଧ୍ୟମ ର ପ୍ରତିନିଧି ମାନେ ନିର୍ଭୀକ ଭାବେ ସମ୍ବାଦ ପରିବେଷଣ କରିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ , ଜିଲାପରିଷଦ ସଭ୍ୟା ଜସ୍ମିତା ସେଠୀ, ଶିକ୍ଷାବିତ ବିଷ୍ଣୁଚରଣ ମିଶ୍ର, ଓଟିଭିର ସାମ୍ୱାଦିକ ମନୋଜ ଆଚାର୍ଯ୍ୟ , ସାମ୍ବାଦିକ ବିନୟ ଦାସ ପ୍ରମୁଖ ଯୋଗଦାନ କରି ସାମ୍ୱାଦିକ ଜୀବନରେ ବହୁ ପ୍ରତିଘାତ ଆସିବ ସତ କିନ୍ତୁ ଏହି ଭଦ୍ର ସମାଜରେ ସାମ୍ୱାଦିକ କ୍ଷେତ୍ରରେ କାର୍ଯ୍ୟରତ ସାମ୍ୱାଦିକ ଭାଇମାନେ ନିଷ୍ଠାପର ଭାବେ ସମସ୍ତଙ୍କ ସହ ଉତ୍ତମ ଭାଷା, ବ୍ୟବହାର, ନୀତି , ନିୟମ ପାଳନ ପୂର୍ବକ ସମ୍ବାଦ ପରିବେଷଣ କରିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଏସଟିଭି ନିଉଜ ଓଡ଼ିଶାର ସମସ୍ତ ସାମ୍ୱାଦିକ ବନ୍ଧୁ ଏବଂ ମିଡିଆ ବ୍ରଦର୍ଶ ନିଶ୍ଚିନ୍ତକୋଇଲି ର ସମସ୍ତ ସାମ୍ୱାଦିକ ଭାଇମାନେ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା ରେ ସମ୍ପୂର୍ଣ ସହଯୋଗ କରିଥିଲେ । ଶେଷରେ ଏସଟିଭି ନିଉଜ ଓଡ଼ିଶାର ନିଉଜ ଆଙ୍କର ରାଜେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post