ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ କିଛି ମାସ ପୂର୍ବେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ନାରିଙ୍ଗି ଗ୍ରାମର ଶୁସାନ୍ତ ନାୟକଙ୍କ ବାଇକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିବାରୁ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା।
ସମସ୍ତ ସାମ୍ବାଦିକ ବନ୍ଧୁ ୨ ମିନଟ୍ ଧରି ନିରବ ପ୍ରାର୍ଥନା କରିଥିଲେ।ଏହି ଶୋକ ସଭାରେ ସଂଘର ସଭାପତି ପଞ୍ଚାନନ ଦାଶ , ସମ୍ପାଦକ ଯୋଗେନ୍ଦ୍ର ରଥ , ମିହିର ଜତି , ସଭ୍ୟ ଅଂଶୁମାନ ପଣ୍ଡା , ମନ୍ମଥ ମିଶ୍ର , ମୋଜେସ ରଇତ , ଶୁସାନ୍ତ ମାଳୀ , ବିମଳ ମଳିକ , ନିର୍ମଳ ପାଲ , ମାଣିକ ଜେନା , ସୁହାନ ଛିଞ୍ଚାଣି , ଲକ୍ଷ୍ମୀକାନ୍ତ ଆଚାର୍ଯ୍ୟ ପ୍ରମୁଖ ଯୋଗଦାନ କରିଥିଲେ। ସେ କିଛି ମାସ ହେଲା ସରକାରୀ ଚାକିରୀ ପାଇ ଲିଲିଗଡ ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ଥିଲେ।
ସେହିପରି ତାଙ୍କ ବିୟୋଗରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରପ୍ରାପ୍ତ ବିଡିଓ କିଶୋର ଚନ୍ଦ୍ର ଦାଶଙ୍କ ଉପସ୍ଥିତିରେ ସୁଶାନ୍ତଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପଜାଳି ନୀରବ ପ୍ରାର୍ଥନା କରାଯାଇଥିଲା। ସେ ଜଣେ ଭଲ କର୍ମୀ ଥିଲେ କହି କାନ୍ଦି ପକାଇଥିଲେ ଅଧିକାରୀ ମାନେ। ଏହି ଶୋକସଭାରେ ୩୯ଟି ପଞ୍ଚାୟତର ପଞ୍ଚାୟତ ନିବାହୀ ଅଧିକାରୀ , ଯନ୍ତ୍ରୀଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.