ବିକାଶ ଏଠି ଉଜାଣି ବହୁଛି :: ରୋଗୀଙ୍କୁ ୨ କିଲୋମିଟର ଦୋଳାରେ ବୋହି ସ୍ୱାସ୍ଥ୍ୟକେନ୍ଦ୍ର ନେଲେ ଗ୍ରାମବାସୀ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମ ଗୁଡିକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। କିନ୍ତୁ ମୋହନା ବ୍ଲକର ଏମିତି ବହୁ ଗ୍ରାମ ରହିଛି ଯେଉଁଠିକି ଗମନାଗମନ କରିବା କଷ୍ଟସାଧ୍ଯ । ବିଭିନ୍ନ ସମୟରେ ଗୁରୁତର ରୋଗୀ , ଗର୍ଭବତୀ ମହିଳା ଓ ବରିଷ୍ଠ ନାଗରିକଙ୍କୁ ଦୋଳା ଓ ଷ୍ଚ୍ରେଚର ସାହାଯ୍ୟରେ ମୁଖ୍ୟ ରାସ୍ତାକୁ ଅଣାଯିବା ଅଞ୍ଚଳରେ ନଜିର ରହିଛି।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡମ୍ବଗୁଡା ପଞ୍ଚାୟତ ଅଧିନ ନିଲଡିକ୍କିଆ ଗ୍ରାମର ସସ୍ମିତା ମଳିକଙ୍କ ଦେହ ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ କାଠ ନିର୍ମିତ ଦୋଳାରେ ଗ୍ରାମବାସୀ ମିଳିତ ଭାବେ ଗାଁଠାରୁ ପାହାଡ଼ିଆ ପଥୁରିଆ ଜଙ୍ଗଲ ରାସ୍ତାରେ ୨ କିମି ବୋହି ଆଣିଥିଲେ ନିକଟସ୍ଥ ବୁଢାନେଳି ଗ୍ରାମକୁ। ସେଠାରୁ ଅଟୋ ଯୋଗେ ଗୌଡଗୋଠ ସ୍ୱାସ୍ଥ୍ୟୁ କେନ୍ଦ୍ରକୁ ଆଣିଥିଲେ।
ବିଭିନ୍ନ ସମୟରେ ଗ୍ରାମବାସୀ ସବୁଦିନିଆ ଭଲ ରାସ୍ତା ଖଣ୍ଡିଏ ପାଇବା ପାଇଁ ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବାରମ୍ଵାର ଲିଖିତ ଓ ମୌଖିକ ଭାବେ ଜଣାଇ ଆସୁଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ସମ୍ପର୍କରେ ଡମ୍ବଗୁଡା ସରପଞ୍ଚ କାଲବା ମଳିକଙ୍କୁ ପଚାରିବାରୁ ସେ କହିଛନ୍ତି ପ୍ରଶାସନକୁ ଅବଗତ କରାଯାଇଛି। ୨ କିମି ଘାଟି କାଟି ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ହେଲେ ସବୁଦିନିଆ ରାସ୍ତା ହୋଇପାରନ୍ତା। ଗମନାଗମନ ସମସ୍ୟା ସବୁଦିନ ପାଇଁ ଦୂର ହୋଇପାରନ୍ତା।

Leave A Reply

Your email address will not be published.