ଭଞ୍ଜନଗର/ନିଲୁ ବିଷୋୟୀ : ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ଙ୍କର କେନ୍ଦୁଝର ଜିଲ୍ଲାର ଆନନ୍ଦପୁରକୁ ବଦଳି ହୋଇଥିବା ଜଣାପଡିଛି।ଶ୍ରୀ ଦଳେଇ ଏଠାରେ ଗତ ୩ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ।ଏହି ରହଣି ସମୟରେ ନୂତନ ଜଙ୍ଗଲ ସୃଷ୍ଟି,ଜଙ୍ଗଲର ସୁରକ୍ଷା,ବନ୍ୟପ୍ରାଣୀଙ୍କୁ ସୁରକ୍ଷା,ବୃକ୍ଷ ରୋପଣ, ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଓ ବନ ସୁରକ୍ଷା ସମିତିର ଉନ୍ନତି ଉପରେ ଗୁରୁତ୍ୱ ଦେଇ ଆସୁଥିଲେ।ଡିଏଫଓ ଶ୍ରୀ ଦଳେଇଙ୍କ ବଦଳି ହେବା ଯୋଗୁଁ ତାଙ୍କ ସ୍ଥାନରେ ଭୁବନେଶ୍ୱରରୁ ସୁଦର୍ଶନ ବେହେରା ନୂତନ ଡିଏଫଓ ଭାବେ ଏଠାରେ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.
Next Post