ଆପରାଧିଙ୍କ ଜୋସ ଲଗାମ ଛଡା,,ପୋଲିସକୁ ଖାତର ନାହିଁ

0

  କାର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ

ବାରିପଦା(ଦିଲ୍ଲୀପ ମହାନ୍ତି )- ପୁଲିସ ଚେଇଁ ଶୋଇଛି, ଲୁଟେରା ଲୁଟୁଛି । ଗତ ଜୁଲାଇ ୨୨ରେ ୫ରୁ ଅଧିକ ଏଟିଏମ ଭାଙ୍ଗି ୧୫ ଲକ୍ଷରୁ ଅଧିକ ଟଙ୍କା ଲୁଟ ହେବା ପରେ ପୁଣି ବାରିପଦା ସହରରେ କାରର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ ହୋଇଥିବା ସମୟରେ ପୁଲିସ ଜନତାଙ୍କ ଧନଜୀବନ ସୁରକ୍ଷା ଦେବା ବଦଳରେ ହାତବାନ୍ଧି ବସିଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ବାରିପଦା ଜନଗହଳି  ବ୍ୟସ୍ତବହୁଳ କଚେରୀ ପାଶ୍ୱର୍ରେ ଥିବା ପୂର୍ତ୍ତ ଓ ନଗର ନିର୍ମାଣ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ହତା ମଧ୍ୟରୁ ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୭ ଅଧିବାସୀ ବିଭାସ ଚନ୍ଦ୍ର ବେହେରା ଓରଫ ରଘୁଙ୍କ କାର କାଚ ଭାଙ୍ଗି ଦୁର୍ବୁତମାନେ ଲୁଟି ନେଇଯାଇଛନ୍ତି ଏକ ଲକ୍ଷ ଟଙ୍କା ଥିବା ଏକ ବ୍ୟାଗ । ଠିକାଦାର ଶ୍ରୀବେହେରା ପଞ୍ଜାବ ନେସନାଲ ବ୍ୟାଙ୍କରୁ ଆଜି ପୂର୍ବାହ୍ନ ପ୍ରାୟ ୧୧.୧୫ ମିନିଟ ସମୟରେ ଏକ ଲକ୍ଷ ଟଙ୍କା ଉଠାଇ ତାଙ୍କର ଓଡ଼ି ୧୧ପି ୬୬୫୪ ନମ୍ବର ବିଶିଷ୍ଟ ମାରୁତି ସୁଜୁକି ଭିଟାରା ବ୍ରେଜ୍ଜା କାରରେ ପୂର୍ତ୍ତ ଓ ନଗର ନିର୍ମାଣ ବିଭାଗ ସବଡ଼ିଭିଜନ କାର୍ଯ୍ୟାଳୟରେ ପ୍ରାୟ ୧୧.୨୫ ମିନିଟ ସମୟରେ ପହଁଞ୍ଚି ସେଠାରେ ୧୫/୨୦ ମଧ୍ୟରେ ନିଜର କାର୍ଯ୍ୟ ଶେଷ କରି ଉକ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ହତା ମଧ୍ୟରେ ଗାଡ଼ି ପାର୍କିଂ କରି କାରର ଦରଜା ଓ କାଚ ଆଦିକୁ ଲକ କରି ପ୍ରାୟ ୧୧.୪୫ ମିନିଟ ମଧ୍ୟରେ କାର୍ଯ୍ୟାଳୟ ଭିତରକୁ ଯାଇଥିଲେ ଏବଂ  ୧୨.୪୫ ମିନିଟରେ କାର୍ଯ୍ୟାଳୟରୁ ବାହାରି ନିଜର କାର ନିକଟରେ ପହଁଞ୍ଚିବା ପରେ କାରର କାଚ ଭଙ୍ଗି ତଳେ ପଡ଼ିଛି ଓ ସିଟ ଉପରେ ଛାଡ଼ି ଯାଇଥିବା ଟଙ୍କା ବ୍ୟାଗ ନ ଥିବାର ଦେଖିବାକୁ ପାଇଥିଲେ । ଏହି ଖବର ମଧ୍ୟ ତୁରନ୍ତ ବାରିପଦା ଟାଉନ ଥାନାକୁ ଜଣାଇଦେଇଥିଲେ । ଖବରପାଇ ଥାନା ଅଧିକାରୀ ଅଶୋକ କୁମାର ନାୟକ ସଦଳବଳେ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବାରିପଦା ପୂର୍ତ୍ତ ଓ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଲାଗିଥିବା ସିସିଟିଭିରୁ କେତେକ ଗୁରୁତ୍ୱପୂର୍ଣ୍ଣ ଫୁଟେଜ ଧରି ଫେରିଯାଇଥିଲେ । ତେବେ ଠିକାଦାର ବିଭାସ ଚନ୍ଦ୍ର ବେହେରା ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ହତା ମଧ୍ୟରେ ରହିଥିବା ବଉଳଗଛ ପିଣ୍ଡି ଉପରେ ଦୁଇ ଜଣ ଯୁବକ ଏକ ନମ୍ବର ବିହୀନ କଳା ପଲସର ଆସି ବସିଥିଲେ । ଶ୍ରୀବେହେରା କାର ପାର୍କିଂ କରି ଭିତରକୁ ଯିବା ପରେ ଉକ୍ତ ଯୁବକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ମୋବାଇଲରେ କଥା ହୋଇ ହତା ବାହାରକୁ  ଚାଲିଯାଇ ଥିଲା । କିଛି ମିନିଟ ବ୍ୟବଧାନରେ ଅନ୍ୟ ଜଣେ ଯୁବକ ସହିତ ଫେରି ଆସିଥିଲା । ଆସିଥିବା ଯୁବକ ଜଣକ କାର ନିକଟକୁ ଯାଇ ମୁଥମାରି କାରର କାଚ ଭାଙ୍ଗି ସିଟ ଉପରେ ଥିବା ଟଙ୍କା ବ୍ୟାଗ ଧରି ଚାଲିଚାଲି ହତା ବାହାରକୁ ଯିବା ପରେ ପୂର୍ବରୁ ଅପେକ୍ଷା କରିଥିବା ଦୁଇ ଯୁବକ ମଧ୍ୟ ନମ୍ବର ବିହୀନ କଳା ପଲସର ଚଳାଇ ଉଭାନ ହୋଇଯାଇଥିଲେ । କପ୍ତିପଦା ବ୍ଲକର ପେଡ଼ାଗଡ଼ି ଅଞ୍ଚଳର ରଣଜିତ କୁମାର ନାୟକଙ୍କ କହିବା ଅନୁସାରେ ଗତ ଶୁକ୍ରବାର କପ୍ତିପଦା ଷ୍ଟେଟ ବ୍ୟାଙ୍କର ୨ ଲକ୍ଷ ଟଙ୍କା ଉଠାଇ ବାହାରକୁ ଆସିବା ପରେ ଏକ ନମ୍ବର ବିହୀନ କଳା ରଙ୍ଗର ପଲସରରେ ଦୁଇଜଣ ଯୁବକ ଆସି ଦୁଇଲକ୍ଷ ଟଙ୍କା ଲୁଟି ନେଇ ଯାଇଥିଲେ ଏବଂ ବାରିପଦା ପୂର୍ତ୍ତ ଓ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟରୁ ଯେଉଁ ଲୁଟ ହୋଇଛି ଏହା ମଧ୍ୟ ସେହି ଯୁବକମାନଙ୍କର କାର୍ଯ୍ୟ । କପ୍ତିପଦାରୁ ଶ୍ରୀନାୟକ ସଂଗ୍ରହ କରିଥିବା ଭିଡ଼ିଓ ଫୁଟେଜ ଓ ବାରିପଦାରୁ ଲୁଟେରା ଯୁବକମାନଙ୍କର ଚେହେରା ଏକା ପରି ବୋଲି କହିଥିଲେ । ତେବେ ବାରିପଦା ଟାଉନ ଥାନା ପୁଲିସ ଏହି ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଦୁର୍ବୁତ୍ତମାନଙ୍କୁ ଧରିବାରେ କେତେଦୂର ସଫଳ ହେଉଛି ତାହା ପରବର୍ତ୍ତି ସମୟରେ ଜଣାପଡ଼ିବ ଏବଂ ସହରରେ ଏହି ପ୍ରକାରର ଲୁଟ ଆଦି ଘଟଣା ନିମନ୍ତେ ଜନସାଧାରଣ ପୁଲିସର ଅପାରଗତା ଓ ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି । 

 

Leave A Reply

Your email address will not be published.