ଭୁବନେଶ୍ୱର : ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଯୋଗୁଁ ଓଡ଼ିଆ ଭାବେ ମୁଁ ଗର୍ବିତ । ହେଲେ ମୁଁ ଏକ ଜାତୀୟ ଦଳର ମୁଁ ଶୃଙ୍ଖଳିତ ସଦସ୍ୟ । ଦଳ ଯାହା ନିଷ୍ପତ୍ତି ନେବ ତାହା ମୋ ପାଇଁ ଶିରୋଧାର୍ଯ୍ୟ । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଚେଲା କୁମାର ଓ ଶରତ ପଟନାୟକ ଆମର ନେତା । ମୁଁ ଆମ ଦଳର ନିଷ୍ପତ୍ତି ଅନୁଯାୟୀ ଯଶବନ୍ତ ସିହ୍ନାଙ୍କୁ ଭୋଟ ଦେବି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧୟକ ସୁର ରାଉତରାୟ ।