ନବରଙ୍ଗପୁର:ନବରଙ୍ଗପୁର ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ସାଙ୍ଘାତିକ ଦୃଶ୍ୟ।ଅନ୍ଧାରରେ ପରୀକ୍ଷା ଦେଉଛନ୍ତି ଯୁକ୍ତ ତିନି ଛାତ୍ର,ଛାତ୍ରୀ । କେବଳ ଏତିକି ନୁହଁ ମୋବାଇଲର ଫ୍ଲାସ ଲାଇଟରେ ଯୁକ୍ତ ଦୁଇ କଳା ଦ୍ଵିତୀୟ ବର୍ଷର ଖାତାର ମୂଲ୍ୟାୟନ ଚାଲିଛି।ପିଲାଙ୍କ ଭବିଷ୍ୟତକୁ ନେଇ ଚାଲିଛି ଖେଳ।ନବରଙ୍ଗପୁର ମହାବିଦ୍ୟାଳୟରେ ଆଜି ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ଛାତ୍ର, ଛାତ୍ରୀଙ୍କ ଫାଇନାଲ ପରୀକ୍ଷା ର ଏମ.ଆଇ.ଏଲ ଓଡ଼ିଆ ଖାତା ଏବଂ ଅର୍ଥନୀତି ଖାତାକୁ ଅଧ୍ୟାପକ ମାନେ ମୋବାଇଲର ଫ୍ଲାସ ଲାଇଟ ମାରି ମୂଲ୍ୟାଙ୍କନ କରୁଥିବା ଦେଖିବାକୁ ମିଳିଛି | ଏଥିସହ ଆଜି ଯୁକ୍ତ ତିନି ପ୍ରଥମ ବର୍ଷର ୩ଟି ମହାବିଦ୍ୟାଳର ୫୧୫ ଜଣ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅନର୍ସ ପରୀକ୍ଷା ଅନ୍ଧାରରେ ଲେଖିଲେ। ଏହିଭଳି ୩ ଘଣ୍ଟାର ପରୀକ୍ଷାରୁ ପ୍ରାୟ ଦୁଇ ଘଣ୍ଟା ଅନ୍ଧାରରେ ଛାତ୍ର, ଛାତ୍ରୀ ପରୀକ୍ଷା ଦେଲେ। ଏହିଭଳି ଅବ୍ୟବସ୍ଥା ନବରଙ୍ଗପୁର ମବିଦ୍ୟାଳୟରେ ଦେଖିବାକୁ ମିଳିଛି, ପରୀକ୍ଷାର୍ଥୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା କହିଛନ୍ତି।
ଖାତା ମୂଲ୍ୟାୟନ କରୁଥିବା ଅର୍ଥନୀତି ଅଧ୍ୟାପକlଗତ ୧୦ ଦିନ ଧରି ମହାବିଦ୍ୟାଳୟରେ କରେଣ୍ଟ ନାହିଁ| ବିଦ୍ୟୁତ ସଂଯୋଗ ତାର ଛିଣ୍ଡି ପଡିଚି,୩ ଟି କରେଣ୍ଟ ପୋଲ ଭାଙ୍ଗି ଯାଉଛି | ନବରଙ୍ଗପୁର ବିଦ୍ୟୁତ ବିଭାଗକୁ ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି | କିନ୍ତୁ କାମ ହେଉନିl ଅସ୍ଥାୟୀ ବିଦ୍ୟୁତ ସଂଯୋଗରେ କାମ ଚାଲିଛି | ଇତି ମଧ୍ୟରେ ମହାବିଦ୍ୟାଳୟରେ ଯୁକ୍ତ ତିନି ପରୀକ୍ଷା ସାଙ୍ଗକୁ ଯୁକ୍ତ ଦୁଇ ଶେଷ ବର୍ଷର ଖାତା ମୂଲ୍ୟାୟନ ବି ଚାଲିଛି| ଆଗକୁ ପୁଣି ପରୀକ୍ଷା ଅଛିl ପରୀକ୍ଷାର୍ଥୀ ମାନେ ଅନ୍ଧାର ଭିତରେ କେମିତି ପରୀକ୍ଷା ଦେବେ ଏହି ବିଷୟରେ ଆମେ ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ ବିଦ୍ୟୁତ ବିଭ୍ରାଟ କାରଣରୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିବା ସହ ସବୁ କିଛି ଠିକ ଚାଲିଥିବା କହିଛନ୍ତି। ଏପଟେ ପରୀକ୍ଷାର୍ଥୀ ଅନ୍ଧାରରେ ଠିକ ଭାବେ ଉତ୍ତର ଲେଖୁ ପାରିନଥିବା କହିଛନ୍ତି। ପୁଣି ପରୀକ୍ଷା ଅଛି, ଏହିଭଳି ବିଦ୍ୟୁତ ବିଭ୍ରାଟ ଲାଗି ରହିଲେ ପରୀକ୍ଷାରେ ଅସୁବିଧା ସୃଷ୍ଟି ହେବ ବୋଲି କହିଛନ୍ତି ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଭାସ୍କରନାଥ ବିଶ୍ୱାଳ ।
ଅନ୍ଧାର ଭିତରେ ଛାତ୍ର, ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଚାଲିଛି, ତୁରନ୍ତ ଏହାର ସମାଧାନ ନହେଲେ ଆଗକୁ ପରୀକ୍ଷାର୍ଥୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ।
Sign in
Sign in
Recover your password.
A password will be e-mailed to you.