ବିନା ବ୍ୟବଛେଦରେ ତରବରିଆ  ଶବ ଦାହ କରି ହରଡଘଣାରେ ହରଭଙ୍ଗା ପୋଲିସ

0

ଶଗଡିଆ ନାଳରେ ଭାସି ରବି ଦେହୁରୀର ମୃତ୍ୟୁ ଘଟଣା ଭିନ୍ନମୋଡ

ଥାନା ରେ ଏତଲା , ହତ୍ୟା ପରେ ଫିଙ୍ଗା ଯାଇଥିଲା ମୃତଦେହ

ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ସଂଙ୍କୁଲେଇ ପଞ୍ଚାୟତର ଶଙ୍କରଡା ଗ୍ରାମ ର ରବି ଦେହୁରୀ (୪୫) ଙ୍କ ମୃତଦେହ ଗତ ସୋମବାର ସକାଳେ ଧର୍ମନଗର ନିକଟସ୍ଥ ଶଗଡିଆ ନାଳ ରେ ମିଳିବା ଘଟଣା ପଦାକୁ ଆସିଥିଲା । ଖବର ପାଇ ମୃତ ରବି ଙ୍କ ପରିବାର ଲୋକେ ତାଙ୍କର ମୃତଦେହ କୁ ଗାଁକୁ ନେଇଥିଲେ । ଏ ଖବର ପାଇ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଂଚି ପଚରାଉଚରା କରିବା ବେଳେ ପରିବାର ଲୋକେ ସେ ସୋମବାର ସଂଧ୍ୟାରେ ବୋଲରେ ପଲ୍ହା ରୋଇବା ପାଇଁ ପାଖ ଠାକୁରମୁଣ୍ଡା ଗାଁ କୁ ମୁଲିଆ ଖୋଜିବାକୁ ଯାଇ ଫେରୁଥିବା ବେଳେ ନାଳର ବଢି ପାଣିରେ  ଭାସିଯାଇ ମୃତ୍ୟୁ ହୋଇଥିବା ପୋଲିସ କୁ କହିବା ସହିତ ଲିଖିତଭାବେ ଜଣାଇବା ପରେ ଶବ ଦାହ କରିଥିଲେ । ତେବେ ଘଟଣା ର ୪ ଦିନ ପରେ  ମୃତ ରବି ଙ୍କ ସହିତ ଗ୍ରାମରୁ ଏକା ସାଙ୍ଗରେ ମିଶି ଯାଇଥିବା ଦିଲ୍ଲିପ ଝାଙ୍କର (୩୦) ନାମକ ଯୁବକ ଗୁରୁବାର ଦିନ ଗାଁ କୁ ଫେରି ରବି ଙ୍କ ମୃତ୍ୟୁ ନାଳ ପାଣିରେ ଭାସିଯିବାରୁ ନୁହେଁ ତାକୁ ଠାକୁରମୁଣ୍ଡା ନିକଟସ୍ଥ ବାଘସାହିର ଗୁପ୍ତେଶ୍ୱର ବେହେରା ଓ ତା ପୁଅ ସନା ବେହେରା ତାଙ୍କ ଆଖି ଆଗରେ ରବି କୁ ଅତିନୃଶଂସ  ଭାବେ ହତ୍ୟାକରି ଏହାକୁ ଭିନ୍ନରୂପ ଦେବାକୁ ଯୋଜନାବଦ୍ଧ ଭାବେ ନାଳରେ ଫିଙ୍ଗି ଦେଇଥିଲେ । ଏପରିକି ଯଦି ଏକଥା କାହା ଆଗରେ ପ୍ରକାଶ କରୁ ତତେ ମଧ୍ୟ ଜୀବନରେ ମାରିଦେବୁ ବୋଲି ଗୁପ୍ତେଶ୍ୱର ଓ ସନା ଧମକ ଦେବାରୁ ଜୀବନ ଭୟରେ ସେ ଫେରାର ହୋଇଯାଇଥିଲି ବୋଲି ଗ୍ରାମବାସୀ ଙ୍କ ଆଗରେ କହିଥିଲେ । ଦିଲ୍ଲିପ ମୁହଁରୁ ଏକଥା ଶୁଣିବା ପରେ ଗାଁ ଲୋକ ଙ୍କ ସହାୟତାରେ ମୃତ ରବି ଙ୍କ ପୁଅ ଶ୍ୱେତ ରଜଂନ ଦେହୁରୀ ଆଜି ଶୁକ୍ରବାର ସଂଧ୍ୟାରେ ହରଭଙ୍ଗା ଥାନାକୁ ଯାଇ ଲିଖିତ ଭାବେ ଏତଲା ଦେଇଥିବା ଜଣାପଡିଛି । ଫଳରେ ନାଳ ପାରି ହେବା ସମୟରେ ବଢିପାଣି ରେ ଭାସିଯାଇ ରବି ଦେହୁରୀ ର ମୃତ୍ୟୁ ହୋଇଥିବା ନେଇ ଲୋକଙ୍କ ମନରେ ଥିବା ସମବେଦନା ଲାଗି ରହିଥିବା ବେଳେ ହଠାତ୍ ଏହା ଏକ ସୂଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାପଡିବା ପରେ ସମଗ୍ର ବ୍ଲକରେ ଆଲୋଡନ ଖେଳାଇ ଦେଇଛି । ତେବେ ମୃତ ଦେହ ଟିକୁ ବ୍ୟବଛେଦ କରାନଯାଇ ଦାହ କରି ଦିଆ ଯାଇ ଥିବାରୁ ଏହାର ପ୍ରମାଣ ଯୋଗାଡ କରିବା ପାଇଁ ପୋଲିସ ପାଇଁ ମସ୍ତବଡ ଚ୍ୟାଲେଞ୍ଜ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ଏ ନେଇ ହରଭଙ୍ଗା ଥାନା ଅଧିକାରୀ ପ୍ରଶାନ୍ତ ମଲିକ ଙ୍କ ମତାମତ ଜାଣିବାପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ନମ୍ବର ୯୪୩୮୫୫୪୩୯୮ ଗତକାଲି ଠାରୁ ସୁଇଜ ଅଫ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନଥିଲା । 

 

Leave A Reply

Your email address will not be published.