
ରାୟଗଡ଼ରୁ ସରୋଜ କୁମାର ସାହୁ: ରାୟଗଡ଼ ଜିଲ୍ଲା ରଙ୍ଗତୁଳୀ ଚିତ୍ରକର ସଂଘର ସଭାପତି ଶ୍ରୀ ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଏକ ନୂତନ ସଂଘ କାର୍ଯ୍ୟାଳୟ ରାୟଗଡ଼ା କସ୍ତୁରୀ ନଗର ସ୍ଥିତ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ଶ୍ରୀ ପଦ୍ମନାଭ ଦାଶ, ସମ୍ମାନୀୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ଯ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ, ଗ୍ରୀନ ରାୟଗଡ଼ର ଶ୍ରୀ କୃଷ୍ଣ କାନ୍ତ ଜେନା, ଉପଦେଷ୍ଟା ଶ୍ରୀ ଏଲ. ମାଣିକ୍ୟ ରାଓ ଯୋଗ ଦେଇ ଶୁଭ ଉଦଘାଟନ କରିବା ସହ ସଂଘର ଉନ୍ନତି ଓ ସଂଘର ସଭ୍ୟମାନେ କିପରି ଜିଲ୍ଲାରେ ସରକାର ଏବଂ ବେସରକାରୀ ଅନୁଷ୍ଠାନ ମାନଙ୍କରେ ହେଉଥିବା ଚିତ୍ର କାମ ଏବଂ ବିଭିନ୍ନ କ୍ଷେତ୍ରରେ ହେଉଥିବା ଚିତ୍ର କାମ ସବୁ ସଂଘ ମାଧ୍ୟମରେ ହେଇପାରିବ ଯାଦ୍ଵାରା ସଂଘର ଉନ୍ନତି ଏବଂ ସଂଘର ସମସ୍ତ ସଭ୍ୟଙ୍କୁ ବଞ୍ଚିବା ସହ ପରିବାର ପ୍ରତିପୋଷଣରେ ଉନ୍ନତି ହୋଇପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରି ଏହି ସବୁ ବିଷୟରେ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନେବା ସହ ମାର୍ଗଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଂପାଦକ ଶ୍ରୀ ପି. ମଣି କୁମାର ଏବଂ ଉପ ସଭାପତି ଶ୍ରୀ ଗୋପୀନାଥ ପାଳ ସଂଘର ବିବରଣୀ ଏବଂ ସଂଘର ପକ୍ଷରୁ କରୋନା ସମୟରେ ଜନସାଧାରଣଙ୍କୁ କରୋନା ସଚେତନତା ବାର୍ତ୍ତା ଚିତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବାରେ ସହଯୋଗ କରିଥିବା ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଦେବା ସହ ସଂଘର ଭବିଷ୍ୟତ ଉପରେ ଉପସ୍ଥାପନା କରିଥିଲେ । ଉକ୍ତ ଉଦଘାଟନ ଉତ୍ସବରେ ଜିଲ୍ଲାର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ଉକ୍ତ ଉଦଘାଟନ ଉତ୍ସବକୁ ସଂଘର କୋଷାଧ୍ୟକ୍ଷ ଶ୍ରୀ ଏଲ .ବି. ପଟ୍ଟନାୟକ, କାଳିଦାସ ମାଣ୍ଡାଙ୍ଗି, ବ୍ରହ୍ମାନନ୍ଦ ମହାରଣା, ହରିବନ୍ଧୁ ଗୈାଡ, ମହେଶ କୁମାର ପ୍ରମୂଖ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.