ଓଡ଼ଗାଁରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି :୩୮ଅଭିଯୋଗର ତତ୍କାଳ ଫଇସଲା

0

ଓଡ଼ଗାଁ: (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଡ଼ା ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡା. ଟୁଡୁ ଶିବିରରେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗକୁ ଶୁଣିବା ସହ ଅଭିଯୋଗର ତତ୍କାଳ ଫଇସଲା କରିଥିଲେ । ଆଜି ଶିବିରରେ ମୋଟ ୧୦୫ ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୯୨ଗୋଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୦୮ଗୋଟିର ଶୁଣାଣି କରାଯାଇ ସମୁଦାୟ ୩୮ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୪ଜଣ ଦରଖାସ୍ତକାରୀଙ୍କୁ ମୋଟ ଟ.୫୩୦୦୦/- ଏବଂ ଜିଲ୍ଲା ରେଡକ୍ରସରୁ ୦୧ଜଣ ଦରଖାସ୍ତକାରୀଙ୍କୁ ମୋଟ ଟ.୧୫୦୦୦/- ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା।
ଶିବିରରେ ଜିଲ୍ଲାପାଳ ଡ଼ ଟୁଡୁ ରାବେରା ରବୀନ୍ଦ୍ରନାଥ ଆଚାର୍ଯ୍ୟ ଓ ସାକେରି ତୋଫାନ ବାରିକଙ୍କୁ ୧୦ ହଜାର ଲେଖାଏଁ ଡି.ଆଇ ଲୋନ ପ୍ରଦାନ କରିବା ସହ ରୋହିବାଙ୍କ ଅଜିତ ବେହେରାଙ୍କୁ ୨ଗୋଟି କର୍ଣ୍ଣ ଯନ୍ତ୍ର ବଣ୍ଟନ କରିଥିଲେ ।ଅବଶିଷ୍ଟ କେସ ଗୁଡ଼ିକୁ ସମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଲେଖ ପହି, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱାତିଲେଖା ଦାସ, ତହସିଲଦାର ଓଡ଼ଗାଁ ବିଜୟିତା ସାମନ୍ତସିଂହାର, ଓଡ଼ଗାଁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ଏସଡିପିଓ ଶରଣକୁଳ କିରଣ ହେମ୍ବ୍ରମ, ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର , ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ରାଜସ୍ୱିନୀ ପ୍ରଧାନ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ନୀଳମାଧବ ମିଶ୍ର, ବ୍ଲକସ୍ତରୀୟ ପଦାଧିକାରୀ, ଇଲେକ୍ଟ୍ରିକ  ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳ ଡା. ଟୁଡୁଙ୍କୁ ସହଯୋଗ କରିଥିଲେ।

Leave A Reply

Your email address will not be published.