ନୂଆଗାଁ,: ନୟାଗଡ ଜିଲ୍ଲା ନୂଆଗାଁ ସେକ୍ସନ ରେ ବିଦ୍ୟୁତ ର ଚାଲିଛି ଲୁଚକାଳି ଖେଳ।ଗ୍ରାହକ ସମେତ ଜନସାଧାରଣ ରେ ତୀବ୍ର ଅସନ୍ତୋଷ।ନୂଆଗାଁ ସେକ୍ସନ ଅଧୀନରେ ନୂଆଗାଁ, ଜାକେଡା,କୋରଡ଼ା,ଆଦି ପଞ୍ଚାୟତ ଅଧୀନରେ ଥିବା ଗ୍ରାମ ଗୁଡିକରେ ବିଦ୍ୟୁତ ବିଭାଗର ଶହ ଶହ ଗ୍ରାହକ ଥିବାବେଳେ ,ବିଦ୍ୟୁତ ସମସ୍ୟା ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଝିପି ଝିପି ବର୍ଷା ,କିଛି ମାତ୍ରା ରେ ପବନ ବହିଲେ ବିଦ୍ୟୁତ ଘଣ୍ଟା ,ଘଣ୍ଟା ଧରି କଟୁଛି।ବିଦ୍ୟୁତ ବିଭାଗ ପକ୍ଷରୁ ବିଦୁତ୍ କାଟ ପାଇଁ ସମୟ ଦିଆଯାଉଥିଲେ ମଧ୍ୟ ବିଦ୍ୟୁତ ଆସିବା ପାଇଁ ସେହି ସମୟ ବିତି ଘଣ୍ଟା ଘଣ୍ଟା ସମୟ ବିତି ଯାଇଥିବା ଦେଖିବାକୁ ମିଳୁଛି ।ଯେମିତି ବିଦ୍ୟୁତ ବିଭାଗୀୟ ଅଧିକାରୀ ମାନଙ୍କ ଚାଲିଛି ମନମୁଖୀ ଶାସନ ।ଏପରିକି ବର୍ଷା ,ପବନ ଆଳରେ କେତେ ଗୁଡିଏ ଗ୍ରାମ ଅନ୍ଧକାର ମୟ ହୋଇ ରହୁଥିବା ଦେଖିବାକୁ ମିଳୁଛି।ଅସହ୍ୟ ଗୁଳୁଗୁଳି ସହିତ ବନ୍ୟଜନ୍ତୁ ଙ୍କ ଉପଦ୍ରବ ଯୋଗୁଁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବାରମ୍ବାର ବିଦ୍ୟୁତ କାଟ ସହିତ , ଲୋ ଏବଂ ହାଇ ଭୋଲ୍ ଟେଜ୍ ଯୋଗୁଁ ଗ୍ରାହକ ମାନଙ୍କ ବିଭିନ୍ନ ସାମଗ୍ରୀ ପୋଡ଼ି ଯାଉଥିବା ଅଭିଯୋଗ ହେଉଛି ।ବିଦ୍ୟୁତ ସମସ୍ୟା ଯୋଗୁଁ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ମାସିକ ବିଦ୍ୟୁତ୍ ବିଲ୍ ସଂଗ୍ରହ ବେଳେ ସଂଗ୍ରହ ଦାୟିତ୍ୱରେ ଥିବା ବିଦ୍ୟୁତ୍ ବିଭାଗର କର୍ମଚାରୀ ତିଳେ ହେଲେ ବିଳମ୍ବ କରୁନାହାନ୍ତି। ଏହି ସମସ୍ୟା ପ୍ରତି ବିଭାଗୀୟ ମନ୍ତ୍ରୀ, ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କଲେ ବିଦ୍ୟୁତ୍ ସମସ୍ୟା ର ଦୂରୀକରଣ ହୋଇ ପାରିବ ବୋଲି ଜନ ସାଧାରଣ ରେ ଦାବୀ ହେଉଛି।
Sign in
Sign in
Recover your password.
A password will be e-mailed to you.