ବରଗଡ:-ଆଜି ରାଜବୋଡାସମ୍ବର କୃଷକ ସଂଗଠନ ଗାଇସିଲେଟ ସ୍ଥିତ ଗାଇସିଲେଟ ସାପ୍ତାହିକ ବଜାର ପ୍ରାଙ୍ଗଣରେ ସଭାପତି ଅରବିନ୍ଦ ପଣ୍ଡା ଙ୍କ ସଭାପତିତ୍ୱ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ୨୦୨୧ ଖରିଫ ଋତୁ ସମୟରେ ଯେଭଳି ଭାବରେ ମରୁଡି ଗ୍ରାସ କରିଥିଲା, ଚାଷୀ ମାନଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାବେ ଦୋହଲି ଯାଇଛି l ଖରିଫ ୨୦୨୧ ର ଫସଲବୀମା କ୍ଷତି ପୁରଣ ଓ ମରୁଡି ସହାୟତା ରାଶି ପ୍ରଦାନ ଦାବି ନେଇ ବାରମ୍ବାର ଆନ୍ଦୋଳନ ତାଲାବନ୍ଦ କରି ସାରିଥିଲେ ମଧ୍ୟ କମ୍ପାନୀ ଓ ପ୍ରସାଶନ ନିରବ ଦ୍ରଷ୍ଟା ସାଜି ଏକ ପ୍ରକାର ଚାଷୀ କୂଳ ସହ ଚ୍ୟାନେଲ କରୁଛି । ତେଣୁ ଗତ ୧୩ ଜୁନ ଠାରୁ ପଦ୍ମପୁର ର ସମସ୍ତ ସରକାରୀ କାର୍ଯ୍ୟାଳୟ ତାଲାବନ୍ଦ କରି ଆଇନ ଅମାନ୍ୟ ଓ ଜେଲ ଭରୋ ଆନ୍ଦୋଳନ ଆରମ୍ଭ ହୋଇଯାଇଛି ।
ଏହି ବୈଠକରେ ଜେଲ ଭରୋ ଆନ୍ଦୋଳନ କୁ ସମର୍ଥନ ଜଣାଇ ଓ ଗାଇସିଲେଟ ବ୍ଳକ ର ସମସ୍ତ ସରକାରୀ ଅଫିସ କୁ ଆସନ୍ତା ତା ୨୦ /୬/୨୦୨୨ ସୋମବାର ଦିନ ତାଲା ଠୁଙ୍କିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯେତେ ଦିନ ପର୍ଯ୍ୟନ୍ତ ଚାଷୀ ମାନଙ୍କ ପାସବୁକ କୁ ଟଙ୍କା ନ ଆସିଛି ସେତେ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି l ତେଣୁ ଗାଇସିଲେଟ ବ୍ଲକ ର ସମସ୍ତ ଚାଷୀ ,ସମସ୍ତ ସଂଗଠନ, ମହିଳା ସଂଗଠନ, ସ୍ବୟଂ ସହାୟିକା ଗୋଷ୍ଠୀ ଓ ଯୁବକ ମାନକୁ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ ଆହ୍ୱାନ କରା ଯାଇଛି l ଏ ଲଢେଇ ଚାଷୀ ମାନଙ୍କ ହକ ର ଲଢେଇ ଯେମିତି ହଜାର ହଜାର ସଂଖ୍ୟା ରେ ସମାବେଶ ହେବ ସେଥି ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି। ଏହି ତାଲା ବନ୍ଦ ୧୭ ହେବାର ଥିଲା କିନ୍ତୁ ଭେରୀଫିକେସନ ପ୍ରକ୍ରିୟା ରହି ଯାଇଥିବାରୁ ଚାଷୀ ମାନକର ସ୍ୱାର୍ଥ ଦୃଷ୍ଟିରୁ ପେଣ୍ଡିଙ୍ଗ ରିଭର୍ଟ ଭେରିଫିକେସନ ପ୍ରକ୍ରିୟା କୁ ଏହି ୨ ଦିନ ମଧ୍ୟରେ ଶେଷ କରିବାକୁ ସଂଗଠନ ତରଫ ରୁ ତହସିଲଦାର ଓ ରାଜସ୍ୱ ବିଭାଗ କୁ ଅନୁରୋଧ କରା ଯାଇଛି l ସ୍ବାସ୍ଥ୍ୟ ବିଭାଗ ଓ ଶିକ୍ଷାନୁଷ୍ଠାନ କୁ ବାଦ ଦେଇ ସମସ୍ତ କାର୍ଯ୍ୟାଳୟ କୁ ଦାବି ପୂରଣ ନହେବା ଯାଏ ବନ୍ଦ କରିଦେବାକୁ ନିଷ୍ପତ୍ତି ହୋଇଛି l ଏହି ବୈଠକ ରେ ଉପ ସଭାପତି ସରୋଜ ସାହୁ,ସମ୍ପାଦକ ଗଜପତି ସାହୁ,ଆବାହକ ବିରେନ୍ଦ୍ର ପଧାନ,କୋଷାଧ୍ୟକ୍ଷ ଆନନ୍ଦ ପଧାନ,ଅଶୋକ କଲେତ,ଉପେନ୍ଦ୍ର କାଲୋ, ମୁକେଶ କୁମାର ସାହୁ,ସମାରୁ ସାହୁ,ପ୍ରସନ୍ନ କୁମ୍ଭାର,ମନୋଜ ଦାଶ, ମହେଶ ଦାଶ,ବିରେନ୍ଦ୍ର ସାହୁ ଓ ଅନେକ ଚାଷୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post