କବି ଆନନ୍ଦ ପଧାନଙ୍କ ବିୟୋଗରେ ଶୋକସଭା

0

ତାଙ୍କ ରଚନାବଳୀ ପ୍ରକାଶିତ ହେବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି

ବରଗଡ:-କବି ଆନନ୍ଦ ଚନ୍ଦ୍ର ପଧାନଙ୍କ ବିୟୋଗରେ ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ବୁଧବାର ସନ୍ଧ୍ଯାରେ ପଡା ଗ୍ରାମରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ନାଟ୍ୟକାର ମୋହନ ସିଂଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସମାରୋହରେ ଦିବଂଗତ କବି ପଧାନଙ୍କ ଆତ୍ମାର ସତଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। କବି ଆନନ୍ଦ ଚନ୍ଦ୍ର ପଧାନ ଥିଲେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, କବି, ଗୀତିକାର, ଗାଳ୍ପିକ।ସେ ମାଣ୍ଡୋସିଲରୁ ଶିକ୍ଷକତା ଜୀବନର ଅୟମାରମ୍ଭ କରି ବିଜେପୁର ବ୍ଲକର ବିଭିନ୍ନ ବିଦ୍ଯାଳୟରେ ଶିକ୍ଷାଦାନ କରି ରେଙ୍ଗାଲିପାଲି ସ୍କୁଲରୁ ଅବସର ନେଇଥିଲେ। ପରେ ଓଡିଆ ଓ ସମ୍ବଲପୁରୀ ସାହିତ୍ୟରେ ସ୍ରୁଜନ କର୍ମରେ ମନୋନିବେଶ କରି ପାଠକଙ୍କ ଶ୍ରଦ୍ଧା ଭାଜନ ହୋଇଥିଲେ। ତାଙ୍କର ବହୁ ରଚନା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଥିଲା। ତାଙ୍କର ରଚନାବଳୀ ପ୍ରକାଶିତ ହେଲେ ତାହା ହିଁ ହେବ ତାଙ୍କ ପ୍ରତି ପ୍ରକ୍ରୁତ ଶ୍ରଦ୍ଧାଞ୍ଜଳୀ ବୋଲି ମତପ୍ରକାଶ ପାଇଥିଲା। ଉପସଭାପତି ଦିଲ୍ଲୀପ କୁମାର ଦେବତା, ସଂପାଦକ ରାଜେଶ୍ବର ବେହେରା, କ୍ରାନ୍ତିକବି ହରିଲାଲ ସାହୁ, ଈଶ୍ବର ମେହେର, କବି ମକରଧ୍ୱଜ ସାହୁ, କଣ୍ଠଶିଳ୍ପୀ ଦୁର୍ବାଦଳ ମେହେର, ଯୁବକବି ଆଶୁତୋଷ ମହାପାତ୍ର, କବି ପୀତବାସ ମେହେର ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ

Leave A Reply

Your email address will not be published.