ରାଉରକେଲା,(ବସନ୍ତ କୁମାର ଜେନା); ଲାଠିକଟା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଜନସାଧାରଣଙ୍କୁ ସେବା ଯୋଗାଇଦେବା ପାଇଁ ଫିଲ୍ଡ ଏକଜିକ୍ୟୁଟିଭଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏସି ଏସଟି ଫ୍ରେଣ୍ଡସ ଅରଗାନାଇଜେସନ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ହେମନ୍ତ କୁମାର ଛୁରା ଙ୍କ ଅଧ୍ୟକ୍ଷତାରେ ଭଞ୍ଜଭବନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କୁଆରମୁଣ୍ଡା ଜିଲ୍ଲା ପରିଷଦ ଖ ର ପ୍ରତିନିଧି ରାଜେନ୍ଦ୍ର କୁଜୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୫୦ଜଣ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଏହି ନିଯୁକ୍ତି ପ୍ରକ୍ରିୟା ରାଜ୍ୟ ସରକାରଙ୍କର
ଜିଲ୍ଲା ଦାୟିତ୍ୱ ରେ ଥିବା କର୍ମ ନିୟୋଜନ କାର୍ଯ୍ୟାଳୟ ଦ୍ବାରା ଏପ୍ରିଲ ମାସ ୬ ଓ ୭ ତାରିଖ ରେ ନିଯୁକ୍ତିମେଳା କରାଯାଇଥିଲା। ଏହି ମେଳାରେ ଲାଠିକଟା ଓ ଅନ୍ୟ ବ୍ଲକର ମେଧାବୀ ଛାତ୍ରଛାତ୍ରୀ ମାନେ ଫର୍ମ ପୂରଣ କରି ସଂଗଠନ ଦ୍ୱାରା ୩ଦିନ ତାଲିମ ନେଇଥିଲେ। ଏଥିରେ କୃତକାର୍ଯ୍ଯ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ କୁଜୁର ନିଜ ବକ୍ତବ୍ଯରେ କହିଲେ ଯେ ଏହି ନିଯୁକ୍ତି ଦ୍ବାରା ପଞ୍ଚାୟତ ରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମସ୍ତଙ୍କ ନିକଟରେ ଉପଲବ୍ଧ ହୋଇପାରିବ। ଅଧ୍ୟକ୍ଷତା କରି ଶ୍ରୀ ଛୁରା କହିଲେ ଯେ ଯଦି ଏହି କାର୍ଯ୍ୟକ୍ରମ ଦ୍ବାରା ଲାଠିକଟା ବ୍ଲକର ଅଧିବାସୀମାନେ ସୁଫଳ ପାଆନ୍ତି ତେବେ ଆଗାମୀ ଦିନରେ ସୁନ୍ଦରଗଡ ଜିଲ୍ଲାରେ ଆଉ ୧୬ଟି ବ୍ଲକରେ ଏହିଭଳି କାର୍ଯ୍ୟକ୍ରମ କରାଯାଇ ଜନସାଧାରଣଙ୍କୁ ସେବା ଯୋଗାଇ ଦିଆଯିବ। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବ୍ଲକ ସଭାପତି ସୁରେଶ କିସାନ, ଲାଠିକଟା ବ୍ଲକ ସଭାପତି ବିଜୟ ଦୀପ୍ ଓ ଷ୍ଟିଲ ସହରାଞ୍ଚଳର ସଭାପତି ଆଲବିସ ବରୁୱା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସମସ୍ତଙ୍କ ସଫଳତା କାମନା କରି ଅଧ୍ୟକ୍ଷ ଶ୍ରୀ ଛୁରା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post