ଭଞ୍ଜନଗର / ନିଲୁ ବିଷୋୟୀ : ଅଦିନିଆ ଲଗାଣ ବର୍ଷାରେ ମଙ୍ଗଳବାର ଅପରାହ୍ନରେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡା ପଞ୍ଚାୟତ ଯୋଗୀମାରି ଗ୍ରାମର ମୟ ନାଇକ ଙ୍କ ବାଡ଼ିପଟ ଘରଟି ଭାଙ୍ଗି ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ଲଗାଣ ବର୍ଷା ସମୟ ତାଙ୍କ ଝିଅ ଉକ୍ତ ଘରେ ଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘରଟି ନଷ୍ଟ ହୋଇଯାଇଥିବା ଫଳରେ ପରିବାରବର୍ଗ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ମୟ କହିଛନ୍ତି। ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ନାମରେ ଆବାସ ଯୋଜନା ଆସିଛି। କିନ୍ତୁ ପ୍ରଶାସନ ପକ୍ଷରୁ ୱାର୍କ ଅର୍ଡର ମିଳି ନଥିବା ଜଣାପଡିଛି। ତୁରନ୍ତ ସରକାର ଙ୍କ ଆବାସ ଯୋଜନାର ୱାର୍କ ଅର୍ଡର ମିଳିଲେ ସେ ଘର କାଯ୍ୟ କରିବାକୁ ଚାହିଁ ବସିଛନ୍ତି। ଅପରପକ୍ଷରେ ଗ୍ରାମବାସୀ ମାନେ ମୟଙ୍କୁ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.