ଉମରକୋଟ/ଜିତେନ୍ଦ୍ର ମହାନ୍ତି- ମୋବାଇଲ ଫୋନ୍ କୁ ଟ୍ରାକକରି ଉମରକୋଟ ପୋଲିସ କୁ ମିଳିଛି ସଫଳତା। ଚାରି ଦୁର୍ବୁତ୍ତ ଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ୍ ଓ ବାଇକ ଜବତ ହୋଇଛି।ଦୃବୃତ୍ତ ମାନ ସ୍ଥାନୀୟ ଅଂଚଳର ଅରୁଣ ହରିଜନ (୨୧)ଅଜୟ ହରିଜନ (୨୦)ବାସୁ ହରିଜନ (୨୧)ଅଭିନାଶ ହରିଜନ (୨୦)।ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି।ଘଟଣା ପ୍ରକାରେ ୨୪-୦୪- ରାତି ସାଢେ଼ ୯ଟା ସମୟରେ ଉମରକୋଟରୁ ନିଜ ଘର ରାଜାମୁଣ୍ଡା ଫେରୁଥିବା ସମୟରେ ଉମରକୋଟ-ରାଇଘର ପୋଲ ଠାରୁ ଦୁଇ ଶହ ମିଟର ଦୂରରେ ଲୁଟର ଶିକାର ହୋଇଥିଲେ ଜଣେ ଯୁବକ। ଯୁବକ ଜଣକ ହେଲେ ରାଜାମୁଣ୍ଡା ଗ୍ରାମର ଯଗେଶ କୁମାର ସାହୁ। ସେ ନିଜ ପଲସର ବାଇକ(ଓଡି-୨୪-ଇ-୪୧୪୩) ଯୋଗେ ଘରକୁ ଫେରୁଥିଲେ। ଫେରିବା ବାଟରେ ଏକ ନିଛାଟିଆ ଜାଗାରେ ପାଞ୍ଚ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ତାଙ୍କୁ ଅଟକାଇ ବେକରେ ଛୁରୀ ରଖି ମାରଧର କରିଥିଲେ ଏବଂ ଯଗେଶଙ୍କ ଠାରୁ ମୋବାଇଲ ଓ ତାଙ୍କ ପକେଟରେ ଥିବା ଏକ ହଜାର ଟଙ୍କା ସହ ପଲସର ବାଇକ ଲୁଟି ନେଇ ପଳାଇ ଯାଇଥିଲେ। ଏସମ୍ପର୍କରେ ଯଗେଶ ୨୫ ତାରିଖ ଦିନ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲେ । ଚାରି ଦୁର୍ବୁତ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.