ଖୋର୍ଦ୍ଧା ରୁ ରବି ନାରାୟଣ ସାହୁ ଙ୍କ ରିପୋର୍ଟ–ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ଓଡ଼ିଶା ମୋ ପରିବାର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶ୍ରୀ ଦିଲ୍ଲୀପ ହୋତାଙ୍କ ସଂଯୋଜନାରେ ଖୋର୍ଦ୍ଧା ସ୍ଥିତ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଓଡ଼ିଶା-“ମୋ ପରିବାର” ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ବିଧାୟକ ଖୋର୍ଦ୍ଧା ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଶିବିରରୁ ମୋଟ ୪୮ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏହି ଶିବିରରେ ଖୋର୍ଦ୍ଧା ଜିଲ୍ଲା ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନସିଂହ, ଖୋର୍ଦ୍ଧା ବ୍ଲକ ସମିତି ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ସାମନ୍ତରାୟ,ବିଜୁ ମହିଳା ଜନତା ଦଳ,ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ବାସନ୍ତୀ ମହାପାତ୍ର,ଖୋର୍ଦ୍ଧା ଜିଲ୍ଲା ଓଡ଼ିଶା ମୋ ପରିବାର ସହ ସଂଯୋଜକ ଶ୍ରୀକୁମାର ଖୁଣ୍ଟିଆ, ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ଶ୍ରୀ ରୁଦ୍ରନାଥ ଦତ୍ତ,ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ନସିମ ଖାନ,ଖୋର୍ଦ୍ଧା ପୌର ପରିଷଦ ୱାର୍ଡ ନଂ ୧୩ କାଉନସିଲରଙ୍କ ପ୍ରତିନିଧି ରାଜେଶ ପ୍ରଧାନ,ଖୋର୍ଦ୍ଧା ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଡିଜିଟାଲ ସମ୍ପାଦକ ଗୌତମ ମିଶ୍ର ,ଖୋର୍ଦ୍ଧା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୬ କାଉନସିଲର ଶ୍ରୀ କମଳ ପ୍ରଧାନ,ଖୋର୍ଦ୍ଧା ଜିଲ୍ଲା ବିଜୁ ଯୁବ ଜନତା ଦଳ ସାଧାରଣ ସମ୍ପାଦକ ସଂଗ୍ରାମ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.