ରଜରେ ଉତ୍ସବ ମୁଖର ଭଦ୍ରକ : ଚରମ୍ପା ମା ବାସନ୍ତି ଦୁର୍ଗା ପୂଜା କମିଟି ଆନୁକୂଲ୍ୟରେ ରଜ

0

ଭଦ୍ରକ/ସୀତାକାନ୍ତ ପାଢ଼ୀ -:ରଜରେ ଉତ୍ସବ ମୁଖର ହୋଇ ଉଠିଛି ଗାଁ ଠୁ ସହର | ଚଳିତ ବର୍ଷ କୋଭିଡ କଟକଣା କୋହଳ ହୋଇଥିବାରୁ ଧୁମ୍ ଧାମରେ ପାଳିତ ହେଉଛି ରଜ ପର୍ବ। ତେବେ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳିତ ହେବାର ଦେଖିବାକୁ ମିଳୁଛି । ପୋଡ଼ ପିଠା ସାଙ୍ଗକୁ ବନାରସି ପାନର ପସରା ମେଲିଛି | ମଜା ନେଉଛନ୍ତି ଭଦ୍ରକବାସୀ |
ଭଦ୍ରକ ସହର ଚରମ୍ପା ସ୍ଥିତ ମା ବାସନ୍ତି ଦୁର୍ଗା ପୂଜା କମିଟି ଆନୁକୂଲ୍ୟରେ ପାଳିତ ହୋଇଛି ରଜ ଉତ୍ସବ। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଶହୀଦ ଭଗତ ସେନାର ଆବାହକ ତଥା ଜଣାଶୁଣା ସମାଜସେବୀ ସିତାଂସୁ ଶେଖର ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଭଦ୍ରକ ଲୟନ୍ସ କ୍ଲବ ର ସଭାପତି ଅଶୋକ କୁମାର ମହାନ୍ତି । ପ୍ରଥମେ ଅତିଥି ମାନଙ୍କ ଦ୍ବାରା ନଡ଼ିଆ ପିଟି ରଜ ଦୋଳିର ଶୁଭ ଉଦ୍ଘାଟନ କରିବା ସହ ସମସ୍ତେ ମିଶି ପୋଡ଼ା ପିଠା ର ମଜା ନେଇଥିଲେ | ପରେ ପିଲାମାନେ ସେହି ଦୋଳିରେ ବସି ରଜର ମଜା ନେବା ସାଙ୍ଗକୁ ବିଭିନ୍ନ ପ୍ରକାର ଖେଳ ଖେଳିଥିଲେ।

Leave A Reply

Your email address will not be published.