ଜାହାନିଆ ଉପକୂଳରେ ଲାଗିଛି ଜଳ ଜାହାଜ ନିର୍ଣ୍ଣାୟକ ଯନ୍ତ୍ର ।

0

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀଜିଲା ଅସ୍ତରଙ୍ଗ ବ୍ଲକ ର ପିରଜାହାନିଆ ବେଳାଭୁମି ର ଅଣକଣା ଗ୍ରାମ ନିକଟ ସମୁଦ୍ର ତଟରେ ଏକ ଜଳ ଯନ୍ତ୍ର ମଙ୍ଗଳବାର ଦିନ ଲାଗିଥିବା ଦେଖିବାକୁ ମିଳିଅଛି । ଏହି ଜଳଯନ୍ତ୍ରରେ ସିସିଟିଭି ରହିଥିବା ସହ କାଠ ଓ ଦାମୀ ଲୁହା ଆଙ୍ଗଲ ଦ୍ଵାରା ଗୋଳାଇ କରାଯାଇ ଉପର ଭାଗରେ ଦୁଇ ଗୋଟି ସୋଲାର ପ୍ଲେଟ ଓ ନାଲି ଆଲୁଅ ରଖାଯାଇଛି । ଏହି ଜଳ ଯନ୍ତ୍ର ଗୁଡିକ ସମୁଦ୍ର କୂଳ ରୁ ପାଞ୍ଚ କିଲୋମିଟର ଠାରୁ କୋଡିଏ କିଲୋମିଟର ପର୍ଯ୍ୟନ୍ତ କେନ୍ଦ୍ର ଜଳପଥ ତଥା ଜାହାଜ ଚଳାଚଳ ମନ୍ତ୍ରଣାଳୟ ଦ୍ଵାରା ବିଛା ଯାଇଥିବା ବେଳେ ଏକ ବିରାଟକାୟ ଗୋଲାକାର ପ୍ଲାଷ୍ଟିକ ଉପରେ ସ୍ଥାପନ କରା ଯାଇ ସମୁଦ୍ରର ଅଥଳ ଜଳରାଶି ଉପରେ ଭସାଯିବାପରେ ଲୁହା ଝଞ୍ଜିରି ଓ ମୋଟା ପ୍ଲାଷ୍ଟିକ ରସି ଦ୍ଵାରା ହୁକ ରେ ବନ୍ଧା ଯାଇ ପାଣିରେ ଲଙ୍ଗର ପକାଇ ଭସାଇ ଦିଆଯାଇଥାଏ । ବିଶେଷ କରି, ରାତିରେ ଯାଉଥିବା ଜଳ ଯାନ ତଥା ପାଣି ଜାହାଜ ଗୁଡିକ ଏହା ଉପରେ ଜଳୁଥିବା ନାଲି ଆଲୁଅର ସିମ୍ବଲ ଦେଖି ନିକଟରେ କୂଳ ଓ ପାଣିର ଗଭୀରତା ଠିକ ନଥିବା ଦିଗ ନିର୍ଣ୍ଣୟର ସୂଚନା ପାଇ ସୁବିଧାରେ ଯାତାୟାତ କରିଥାନ୍ତି ବୋଲି ଜଣା ପଡ଼ିଅଛି । ଏହାକୁ ଇଁରାଜୀ ରେ ଫୋର୍ଡ ବା ବଇଂଆ କୁହାଯାଏ । ଏହି ଫୋର୍ଡ କୁ ନେବାପାଇଁ କୌଣସି ସରକାରୀ କର୍ମଚାରୀ ପହଞ୍ଚି ପାରି ନାହାନ୍ତି ।

Leave A Reply

Your email address will not be published.