ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ପ୍ରସନ୍ନ ଦେବ ଜୀଉଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ

0

 ବାସୁଦେବପୁର ( ପ୍ରତାପ କୁମାର ପାଢ଼ୀ) ଆଜି ବାସୁଦେବପୁର ମୁଣିଶୀପଲ୍ ଅନ୍ତର୍ଗତ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଜୀଉ ଙ୍କ ର ପବିତ୍ର ସ୍ନାନ ଉତ୍ସବ  ଅନୁଷ୍ଟିତ ହୋଇ ଯାଇଛି। ବାସୁଦେବପୁର ପୌର ପରିଷଦ ର ୱାର୍ଡ ନୋ ୧୨ ରେ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ମନ୍ଦିର, ଚଳିତ ବର୍ଷ ସମସ୍ତ ନୀତି ସମ୍ପନ୍ନ ଅନୁସାରେ ପ୍ରସନ୍ନ ଦେବ ଙ୍କ ସ୍ନାନ କରାଯାଇଛି। ବାସୁଦେବପୁର ଅଞ୍ଚଳ ରେ ସର୍ବ ପୁରାତନ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ମନ୍ଦିର, ରାଜା ର।ଜୁଡ଼ି ସମୟ ରୁ ପ୍ରଭୁ ପ୍ରସନ୍ନ ଦେବ ଙ୍କ ପୀଠ ରେ ଭକ୍ତ ମାନଙ୍କ ର ଗହଳି ଚହଲି ଲାଗି ଥାଏ। ବିଗତ ଦୁଇ ବର୍ଷ କରନା ମହାମାରୀ କାରଣ ରୁ ସରକାର ଙ୍କ ନୀତି ନିୟମ, କଟକଣା ଅନୁସାରେ ପ୍ରସନ୍ନ ଦେବ ଙ୍କ ସ୍ନାନ ପୂର୍ଣ୍ଣିମା ପାଳନ ହୋଇ ଥିବା ବେଳେ ଚଳିତ ବର୍ଷ ଭକ୍ତ ଙ୍କ ସମାଗମ ରେ ପ୍ରଭୁ ଜଗନ୍ନାଥଙ୍କ ସମସ୍ତ ନୀତି ସମ୍ପନ୍ନ ହୋଇଛି।

Leave A Reply

Your email address will not be published.