ନାଉଗାଁ ବ୍ଲକ୍ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି

0


ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନାଉଗାଁ ବ୍ଲକ୍ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଶିବିରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ଯୋଗଦେଇ ଜନ ସାଧାରଣ ଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l ଏହି ଶିବିର ରେ ମୋଟ୍ ୫୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥି ମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠି ଗତ ସମସ୍ୟା ସମ୍ପର୍କୀୟ ୨୨ଟି ଓ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୩୭ ଟି ଅଭିଯୋଗ ର ଶୁଣାଣି ହୋଇଥିଲା l ବ୍ୟକ୍ତିଗତ ସମସ୍ୟା ମଧ୍ୟରେ ରେଡ଼କ୍ରସ୍ ପାଣ୍ଠିରୁ ସହାୟତା ନିମନ୍ତେ ୧ଟି,ଜମିଜମା ସମସ୍ୟା ୬ଟି,ଆବାସ ଯୋଜନା ନିମନ୍ତେ ୧୬ଟି,ଭତ୍ତା ପାଇଁ ୪ଟି ,ସାଧାରଣ ବଣ୍ଟନ ସମ୍ପର୍କୀୟ ୩ଟି,କାଳିଆ ଯୋଜନା ନିମନ୍ତେ ୧ଟି ଓ ଅନ୍ୟାନ୍ୟ ୬ଟି ଅଭିଯୋଗର ଶୁଣାଣି ହୋଇଥିଲା l ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ଉମେଶ କୁମାର ପଣ୍ଡା, ପ୍ରକଳ୍ପ ନିଦ୍ଧେର୍ଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀ ରୁଦ୍ର ନାରାୟଣ ଦଶ୍ ,ଉପ ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ୍ ,ଜିଲ୍ଲାସ୍ତରୀୟ ଅଧିକାରୀ ଵି.ଡି.ଓ ରସ୍ମିରେଖା ମଲ୍ଲିକ୍ ,ତହସିଲଦାର ଜେ .କଳ୍ପନା ,ନାଉଗାଁ ବ୍ଲକ୍ ଅଧ୍ୟକ୍ଷା ତୃଣ୍ଣା ଲେଙ୍କା ,ଉପାଧ୍ୟକ୍ଷ ଶ୍ରୀ ସୁଜିତ ପୁହାଣ ,ବ୍ଲକ୍ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.