ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : “ଶିଶୁ ଶ୍ରମ ମୁକ୍ତ ଓଡିଶା ଆମର ସଙ୍କଳ୍ପ” ଏହି ଉଦ୍ଦେଶ୍ୟ ନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଜିଲ୍ଲାରେ ସଭା , ଶୋଭାଯାତ୍ରା , ସଚେତନା ସନ୍ଦେଶ ପ୍ରଦାନ କରାଯାଉଛି । ଗଜପତି ଜିଲ୍ଲାରେ ଶ୍ରମ କାର୍ଯ୍ୟାଳୟ ତରଫରୁ ସଚେତନା ସଭା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ୱାଟାରଶେଡ ସମ୍ମେଳନ କକ୍ଷରେ ଠାରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ମୁଖ୍ୟତଃ ୧୪ ବର୍ଷ କମ୍ ବୟସର ଶିଶୁଙ୍କୁ ବିପଦ ସଙ୍କୁଳ କାମରେ ନିୟୋଜନକୁ ବାରଣ କରାଯାଇଛି , ଏହି କାର୍ଯ୍ୟରେ ପ୍ରତିକୂଳତା ପ୍ରକାଶ କଲେ ସେଥିପାଇଁ ଆଇନ ଦ୍ୱାରା ଦଣ୍ଡ ବିଧାନ ଜୋରିନାମା ଓ ଦଣ୍ଡ ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ପଣ୍ଡା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରୋଦଶ କୁମାର ନାୟକ, ନିର୍ଦ୍ଦେଶକ ଆଇ.ଏସ୍.ଆର୍.ଡି ଗଜପତି ଶ୍ରୀଯୁକ୍ତ ସୁଧିର ସାବତ୍ , ଶ୍ରମ ନିରୀକ୍ଷକ ସୋମନାଥ ପାତ୍ର ଓ ପୋଲିସ ବିଭାଗର କର୍ମଚାରୀ ମଞ୍ଚାସୀନ ରହି ସେମାନଙ୍କ ବାର୍ତ୍ତା ଓ ଅନୁଭୁତି ବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ସରକାରୀ ଅଧିକାରୀ ଓ ବିଭିନ୍ନ ଅନିଷ୍ଠାନାର ବ୍ୟକ୍ତି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲାଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତକର୍ମଚାରୀ ସୁଚାରୁ ରୂପେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.