ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକାଞ୍ଚଳ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ”ଆଇନା” ସଂସ୍ଥା ଦ୍ୱାରା ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜନ କଲ୍ୟାଣ ପ୍ରତିଷ୍ଠାନର ମିଳିତ ସହଯୋଗରେ ଚନ୍ଦ୍ରଗିରି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏମ୍.ଏଚ୍.ଏଚ୍.ଏମ୍ ସପ୍ତାହ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ପାରମ୍ପରିକ ଖେଳ ଯଥା:-ଦଉଡି ଡିଆଁ , ପୁଚି ଖେଳ , ଚାମଚ ଲେମ୍ଭୁ , ଛୁଞ୍ଚି ସୂତା ଓ ଚୌକି ଖେଳ ପ୍ରଭୃତି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ପ୍ରତିଯୋଗିତାରେ ୫୫ ଜଣ କିଶୋରୀ ବାଳିକା ଅଂଶଗ୍ରହଣ କରିଥିଲେ।
ଏହି ଖେଳକୁଦ ଏବଂ ବ୍ୟକ୍ତିଗତ ପରିସ୍କାର ପରିଚ୍ଛନ୍ନତା କାର୍ଯ୍ୟକ୍ରମ ଏମ୍.ଏଚ୍.ଏଚ୍.ଏମ୍ ମାସିକ ଋତୁସ୍ରାବ କିଶୋରୀ ସ୍ୱାସ୍ଥ୍ୟ ପରିସ୍କାର ପରିଚ୍ଛନ୍ନତା କିଭଳି କରିବାକୁ ହେବ , ସେ ସମ୍ପର୍କରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ମାନେ ସଠିକ ଭାବେ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱରେ ଥିବା ଡ଼ାକ୍ତର ଶ୍ରୀ ଏନ୍.ଜୟ ପ୍ରକାଶଙ୍କ ସମେତ ଡା. ଜଗତଜ୍ୟୋତି ବିଶ୍ୱାଳ , ଡା. ସାଗର , ଏଲ.ଏଚ.ଭି ଶ୍ରୀମତୀ ସବିତା ପଣ୍ଡା , ବିଜୟିନୀ ମିଶାଲ , ଷ୍ଟାଫନର୍ସ ସରିତା ରଇତ , ରିତା ଚରଣ ଓ ଆଇ.ସି.ଡି.ଏସ୍ ତରଫରୁ ୧୧ ଜଣ ଅଙ୍ଗନବାଡି କର୍ମୀଙ୍କ ସମେତ ଓପିଲିପି ଚନ୍ଦ୍ରଗିରିରୁ ଲୋପାମୁଦ୍ର ତ୍ରିପାଠି , ଚନ୍ଦ୍ରମା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ”ଜନ କଲ୍ୟାଣ ପ୍ରତିଷ୍ଠାନ”ର ସଂଯୋଜକ ଶ୍ରୀ ଅକ୍ଷୟ କୁମାର ମହାନ୍ତି ପରିଚାଳନା କରିଥିଲେ ।
ପାରମ୍ପରିକ ଖେଳ ପ୍ରତିଯୋଗିତାର ଦଉଡି ଡିଆଁ ଖେଳରେ ୧୧ ଜଣ ଅଂଶଗ୍ରହଣ କରିଥିବା ବେଳେ ସଚଳା ବଳିୟାର ସିଂ , ନୀଳାଦ୍ରି ପାଇକ ଏବଂ ଆଶା ରଇତ ପ୍ରଥମ , ଦ୍ବତୀୟ ଓ ତୃତୀୟ ହୋଇଥିଲେ।
ପୁଚି ଖେଳରେ ୧୧ ଜଣ ଅଂଶ ଗ୍ରହଣ କରିଥିବା ବେଳେ ଭାଗ ନେଇଥିବା ବେଳେ ସେଥି ମଧ୍ୟରେ ସ୍ନେହାଶ୍ରୀ ନାୟକ , ନନ୍ଦିନୀ ପାଇକ ଏବଂ ଲତିସା ପ୍ରଧାନ ପ୍ରଥମ , ଦ୍ବତୀୟ ଓ ତୃତୀୟ ହୋଇଥିଲେ।
ସେହିଭଳି ମ୍ୟୁଜିକ ଚେୟାର ଖେଳରେ ୧୧ ଜଣ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ସୁନେନା ପାଇକ , ଅଙ୍କିତା ସଭାନାୟକ ଏବଂ ରୁପାଲି ବାହାକ ପ୍ରଥମ , ଦ୍ବତୀୟ ଓ ତୃତୀୟ ସ୍ଥାନ ହୋଇଥିଲେ।
ଲେମ୍ଭୁ ଚାମଚ ଖେଳରେ ୧୧ ଜଣ ଅଂଶଗ୍ରହଣ କରିଥିବା ବେଳେ ସମ୍ରିତା ବେବିତା , ପ୍ରଭାତୀ ପୂଜାରୀ ଏବଂ ଚୁମୁକି ପାଇକ ପ୍ରଥମ , ଦ୍ବତୀୟ ଓ ତୃତୀୟ ସ୍ଥାନ ହୋଇଥିଲେ।
ସେହିଭଳି ଛୁଞ୍ଚି ସୂତା ଖେଳରେ ୧୧ଜଣ ଅଂଶଗ୍ରହଣ କରିଥିବା ବେଳେ ମିତାଞ୍ଜଳି ନାୟକ , ମିନାକ୍ଷୀ ଦଳେଇ ଏବଂ ଶ୍ରୁତି ସାହୁ ପ୍ରଥମ , ଦ୍ବତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ କୃତି ପ୍ରତିଯୋଗୀ ମାନେ ଉପସ୍ଥିତ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post
ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ
Next Post