ଚାଷୀଙ୍କୁ ଏଚଡିଏଫସି କମ୍ପାନୀ ବୀମା ଯୋଗାଇ ନଦେବାର ଷଡଯନ୍ତ୍ର

0

କେନ୍ଦ୍ର କୃଷିମନ୍ତ୍ରୀଙ୍କ ପାଖରେ ପୁଣିଥରେ ଫେରାଦ ହେଲା ବିଜେପି କୃଷକ ମୋର୍ଚ୍ଚା ।

ପଦ୍ମପୁର: ମସ୍ତ ପ୍ରକାର ର ନୀତି ନିୟମ କୁ ଉଲଂଘନ କରି ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଫଜିକରଣ କରିଥିବା ଚାଷୀ ମାନଙ୍କ ଆବେଦନ କୁ ବହୁ ସଂଖ୍ଯାରେ ଏଚଡ଼ିଏଫସି ( HDFC ) ବୀମା କମ୍ପାନୀ ଖାରଜ କରି ଦେଇଥିବା ନେଇ ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ରେ ଚାଷୀ ମାନଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ଦେଖା ଦେଇଛି  । ଚାଷୀ ସଂଗଠନ ମାନଙ୍କ ତରଫରୁ ଲଗାତାର ଆନ୍ଦୋଳନ ଚାଲିଥିବା ବେଲେ କୌଣସି ସମାଧାନ ର ରାସ୍ତା ବାହାରୁ ନାହିଁ । ଏହି ପରିପ୍ରେକ୍ଷୀ ରେ ବିଜେପି କୃଷକ ମୋର୍ଚ୍ଚା ଚାଷୀ ମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ପୁଣି ଥରେ କେନ୍ଦ୍ର କୃଷିମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ସ୍ମରଣ ଯୋଗ୍ୟ  ଯେ,ଗତ ଡିସେମ୍ବର ୨୦ ତାରିଖ ଦିନ ମାନ୍ଯବର କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଏ ସମ୍ବନ୍ଧରେ ଏକ ଦାବୀପତ୍ର ଦିଆ ଯାଇଥିବା ବେଳେ ଆଜି ପୁଣି ଥରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ଯ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏକ ପ୍ରତିନିଧି ମଣ୍ଡଳୀ ସହ ୩ କୃଷ୍ଣ ମେନନ ମାର୍ଗ ସ୍ଥିତ ବାସଭବନ ରେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଙ୍କୁ ସାକ୍ଷାତ କରି ଏଚଡିଏଫସି ବୀମା କମ୍ପାନୀ ଚାଷୀ ମାନଙ୍କୁ ବୀମା ଟଙ୍କା ଯୋଗାଇ ନଦେବା ପାଇଁ ଯେଉଁ ଷଡଯନ୍ତ୍ର କରୁଛି ସେ ବିଷୟରେ ଅଭିଯୋଗ କରିବା ସହ ଚାଷୀ ମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଯେଭଳି ପାଇବେ ସେଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ । ଏଚଡିଏଫସି ବୀମା କମ୍ପାନୀ କେଉଁ ଆଇନ ଆଧାରରେ ଚାଷୀଙ୍କ ଫସଲ ବୀମା ପଞ୍ଜିକରଣକୁ ରିଜେକ୍ଟ କରିଛି ତାର ସଂପୂର୍ଣ୍ଣ ତଥ୍ୟ  ସହ ଏକ ରିପୋର୍ଟ କେନ୍ଦ୍ରକୁ ପଠାଇବା ପାଇଁ ଓଡିଶା ସରକାରଙ୍କ ପାଖକୁ ଯେଉଁ ଚିଠି କେନ୍ଦ୍ର ଦେଇଥିଲା ଆଜି ପର୍ଯ୍ୟନ୍ତ ଓଡିଶା ସରକାର କୌଣସି ପ୍ରକାରର ସ୍ପଷ୍ଟୀକରଣ   ଦେଇ ନଥିବାରୁ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମର ବିରକ୍ତି ପ୍ରକାଶ କରିଥିଲେ । ପୁଣିଥରେ ଓଡିଶା ସରକାର ଓ ଏଚଡିଏଫସି କୁ ଯୋଗାଯୋଗ କରିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ନିଦ୍ଦେର୍ଶ ଦେଇଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମର ଙ୍କୁ ସାକ୍ଷାତ ସମୟରେ ପ୍ରତିନିଧି ମଣ୍ଡଳୀରେ ବିଜେପି କୃଷକ ମୋର୍ଚ୍ଚା ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର,ସମାଜସେବୀ ସଂଜୀବ ମାଝୀ,ଶଶାଙ୍କ ଶେଖର ସାହୁ ସାମିଲ ହୋଇଥିଲେ ।

Leave A Reply

Your email address will not be published.