ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା ସଂସ୍କୃତି ଭବନ ପରିସରରେ ବିଜେପିର ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେକେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସାନ୍ତନୁ ଠାକୁର ଯୋଗଦେଇ ମୋଦି ସରକାରଂକ ୮ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଗରୀବ କଲ୍ୟାଣ ଯୋଜନା ଉପରେ ଆଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଗୁଡିକର ସାଧାରଣ ଲୋକ ମାନଙ୍କ ପହଞ୍ଚାଇବା ପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। କେଦ୍ର ଯୋଜନା ଗୁଡ଼ିକୁ ରାଜ୍ଯ ସରକାର ନିଜ ନାମର କରି ଲୋକ ମାନଙ୍କୁ ଭୁଁଆ ବୁଲାଉଥିବା ବେଳେ କେନ୍ଦ୍ରୀୟ ଦେଉଥିବା ଯୋଜନା ସାଧାରଣ ଜନତା ଜାଣିପାରୁ ନାହାନ୍ତି। କେନ୍ଦ୍ରର ବିଭିନ୍ନ ଜନହିତ କର ଯୋଜନା ଗୁଡିକ ବିଷୟରେ ଲୋକ ମାନେ ଅବଗତ ହୋଇ ପାରୁନାହାନ୍ତି। କେନ୍ଦ୍ର ଦେଉଥିବା ଯୋଜନା ଗୁଡିକୁ ଗାଁ ଠାରୁ ସହର ପର୍ୟ୍ୟନ୍ତ ଥିବା ସମସ୍ତ ଜନ ସାଧାରଣ ଙ୍କୁ ଜଣାଇବା ପାଇଁ କର୍ମୀ ମାନଙ୍କୁ କେନ୍ଦ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀ ରେ ସାଂସଦ ପ୍ରାଥି ବିଭୁ ପ୍ରସାଦ ତରାଇ,ବାଲିକୁଦା ବିଜେପି ନେତା ଶିବବ୍ରତ ଦାସ,ତିର୍ତ୍ତୋଲ ବିଜେପି ନେତା ରାଜକିଶୋର ବେହେରା,ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା କ୍ରିଷ୍ଣା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କର୍ମୀ ମାନଙ୍କ ସହିତ ଆଲୋଚନା କରିଥିଲେ।

Leave A Reply

Your email address will not be published.