ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ପରିବେଶପ୍ରେମୀ ଜ୍ଞାନ ବିଶ୍ଵାଳ

0

ଅସ୍ତରଙ୍ଗ/ ଦୁଃଶାସନ ନାୟକ – ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ପୁରୀ ନୀଳାଦ୍ରି ବେଳାଭୂମିରେ କାକଟପୁର ବ୍ଲକ ନିମନ୍ତେ ପରିବେଶପ୍ରେମୀ ଜ୍ଞାନ ବିଶ୍ଵାଳଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ଜିଲ୍ଲା ପରିବେଶ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ବ୍ଲକରେ ବ୍ୟାପକ ବୃକ୍ଷ ରୋପଣ ଓ ପରିବେଶ ପାଇଁ ଅତୁଳନୀୟ ଅବଦାନ ପାଇଁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର କରାଯାଇଛି। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଅନୁମୋଦନ କରାଯାଇ କାକଟପୁର ବ୍ଲକ ପାଇଁ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କୁ ପ୍ରକୃତି ବନ୍ଧୁ ଭାବେ ଚୟନ କରାଯାଇ ପୁରସ୍କୃତ କରାଯାଇଛି। ଅତିଥି ଭାବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ପୁରୀ ବନ୍ୟପ୍ରାଣୀ ଅଧିକାରୀ ରାମା ସ୍ବାମୀ ପିଚାଈ ପ୍ରମୁଖ ଯୋଗ ଦେଇ ପୁରସ୍କୃତ କରିଥିଲେ। ପେଶାରେ ସାମ୍ବାଦିକ ଥିବା ଶ୍ରୀ ବିଶ୍ଵାଳ ନିଶାରେ ପିଲାଦିନୁ ବୃକ୍ଷ ରୋପଣ କରିବା ସହ ପରିବେଶ ପାଇଁ ଅତୁଳନୀୟ ଅବଦାନ, ବ୍ୟାପକ ବୃକ୍ଷ ରୋପଣ, ତାଳମଞ୍ଜି ରୋପଣ, ଆମ୍ବ ଟାକୁଆ ବୁଣିବା ସହ ଆମ୍ବ ବୃକ୍ଷ ରୋପଣ କରି ଅନେକ ପ୍ରଜାତି ଗଛ ଲଗାଇ କାକଟପୁର ବ୍ଲକ ଅଞ୍ଚଳରେ ପରିଚିତ ହୋଇଛନ୍ତି। ଏନେଇ ତାଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ଏନେଇ ଶ୍ରୀ ବିଶ୍ଵାଳ ନିଜ ପିତା ଶ୍ରୀଯୁକ୍ତ ଜଗବନ୍ଧୁ ବିଶ୍ବାଳଙ୍କୁ ଆଦର୍ଶ ମାନି ତାଙ୍କ ପ୍ରେରଣାରେ ପିଲାଦିନୁ ଗଛ ଲଗାନ୍ତି ବୋଲି କହିବା ସହିତ ବୃକ୍ଷ ରୋପଣ କରିବା ପାଇଁ ତାଙ୍କୁ ସହଯୋଗ କରିଥିବା ସମସ୍ତ ବନ୍ଧୁ ଓ ସାମ୍ବାଦିକ ଭାଈ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave A Reply

Your email address will not be published.