ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାର ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ୫୦ ତମ ବିଶ୍ବ ପରିବେଶ ଦିବସ ପାଳିତ ହୋଇ ଯାଇଅଛି । ରାୟଗଡ ସ୍ଥିତ ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ପରିଷଦର ସହଯୋଗରେ ଏବଂ ଇମ୍ଫାର ଉପ ସଭାପତି ଶ୍ରୀ ଆଶିଷ କୁମାର ରୟଙ୍କ ନେତୃତ୍ବରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାୟଗଡ ପ୍ରଦୁଷଣ ନିୟନ୍ତ୍ରଣ ପରିଷଦର ଆଞ୍ଚଳିକ ଅଧିକାରୀ ଓ ବରିଷ୍ଠ ବୈଜ୍ଞାନିକ ଶ୍ରୀ ହେମେନ୍ଦ୍ର ନାଥ ନାୟକ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିବା ବେଳେ ଶ୍ରୀ ରିପୂ କୁମାର ସାହୁ ସହକାରୀ ଯନ୍ତ୍ରୀ ଓ ଶ୍ରୀ ଗୌରୀ ଚନ୍ଦ୍ର ଦାସ ଗୁଣବତା ଅଧିକାରୀ ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ । ୨୦୨୨ ବିଶ୍ବ ପରିବେଶ ଭିତିକ ବିଷୟ ବସ୍ତୁ ” କେବଳ ଏକ ପୃଥିବୀ”କୁ ନେଇ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ମାନେ ଯୋଗ ଦେଇ, ଆମର ଆଧୁନିକ ଜୀବନ ଯାପନ ପ୍ରଣାଳୀ ଦ୍ବାରା ପରିବେଶ କିପରି ଭାବରେ ପ୍ରଭାବିତ ଓ ପ୍ରଦୁଷଣ ହେଉଛି ଓ ତାର ନିରାକରଣ ବିଷୟରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ସଚେତନ କରାଇଥିଲେ । ଇମ୍ଫାର ଉପ ସଭାପତି ଶ୍ରୀ ରୟ ଏହି କାର୍ଯ୍ଯକ୍ରମରେ ଯୋଗଦେଇ ପରିବେଶକୁ ସୁରକ୍ଷା ରଖିବା ଓ ସଚେତନତା କରାଇବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ବୋଲି ମତ ପୋଷଣ କରିଥିଲେ l ପାଞ୍ଚଦିନ ବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମ ମଧ୍ୟରେ ଗତ ୩/୦୬/୨୨ ତାରିଖ ଦିନ, ରାୟଗଡା ପ୍ରଦୁଷଣ ନିୟନ୍ତ୍ରଣ ପରିଷଦର ଆଞ୍ଚଳିକ ଅଧିକାରୀ ଓ ବରିଷ୍ଠ ବୈଜ୍ଞାନିକ ଶ୍ରୀ ହେମେନ୍ଦ୍ର ନାଥ ନାୟକ ଙ୍କ ନେତୃତ୍ୱରେ, ଶ୍ରୀ ରିପୂ କୁମାର ସାହୁ ସହକାରୀ ଯନ୍ତ୍ରୀ ଓ ଶ୍ରୀ ଗୌରୀ ଚନ୍ଦ୍ର ଦାସ ଗୁଣବତା ଅଧିକାରୀ ଙ୍କ ସହିତ ଇମ୍ଫାର ସମସ୍ତ ମହିଳା ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଇମ୍ଫା ମହିଳା କ୍ଲବର ସହଯୋଗରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ, କ୍ଲବର ସଭାନେତ୍ରୀ ଶ୍ରୀମତି ସୋମା ରୟଙ୍କ ନେତୃତ୍ବରେ ଅଧିକାଂଶ କର୍ମଚାରୀଙ୍କ ମହିଳା ଯୋଗ ଦେଇଥିଲେ । ଇମ୍ଫା ଗୁଣବତ୍ତା ବିଭାଗର ଉପ-ମହା ପ୍ରବନ୍ଧକ ଶ୍ରୀ ଦିନେଶ କୁମାର ମହାନ୍ତୀଙ୍କ ସଂଯୋଜନାରେ ରାଜ୍ଯ ପ୍ରଦୁଷଣ ବୋର୍ଡର ଆସିଥିବା ଅଧିକାରୀ ମାନେ ଉପସ୍ଥିତ ମହିଳା ମାନଙ୍କୁ ବର୍ଜ୍ୟ ବସ୍ତୁର ପରିଚାଳନା, ପ୍ଲାଷ୍ଟିକର ନିରାକରଣ, ଜଳ ସଂରକ୍ଷଣ ଇତ୍ଯାଦି ବିଷୟରେ ସଚେତନତା କରାଇଥିଲେ । ଇମ୍ଫାର ଶ୍ରୀ ଆଶିଷ କୁମାର ରୟ ଏହି କାର୍ଯ୍ଯ କ୍ରମରେ ଯୋଗଦେଇ ପରିବେଶ ଓ ଏହାର ସୁରକ୍ଷା ପ୍ରତ୍ୟେକ ମଣିଷର ମୌଳିକ କର୍ତ୍ତବ୍ୟ ଏବଂ ଯଦି ମହିଳାମାନେ ଏହାର ନେତୃତ ନେବେ ତାହାହେଲେ ଆମ ପରିବାର ସହିତ ଏହି ଜୀବ ଜଗତ ବଞ୍ଚି ପାରିବ ବୋଲି ମତ ପୋଷଣ କରିଥିଲେ । ଇମ୍ଫା ମହିଳା କ୍ଲବର ସଭାନେତ୍ରୀ ରାୟଗଡା ପ୍ରଦୁଷଣ ବୋର୍ଡର ଅଧିକାରୀ ମାନେ ଆସି ସେମାନଙ୍କର ବହୁମୂଲ୍ୟ ସମୟ ଦେଇ ମହିଳା ମାନଙ୍କୁ ପରିବେଶ ବିଷୟରେ ସଚେତନ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବାସହ ସମସ୍ତ ଗୃହିଣୀ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି ପ୍ରବର୍ତ୍ତାଇଥିଲେ । ଏହି ପରିପ୍ରେକ୍ଷୀରେ ମହିଳା ମାନଙ୍କ ମଧ୍ଯରେ ଏକ ପରିବେଶ ଭିତିକ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇ ବିଜେତା ମାନଙ୍କୁ ପୁରସ୍କୃତ କରିବା ସହ ଉପସ୍ଥିତ ସମସ୍ତ ମହିଳା ମାନଙ୍କୁ ସାନ୍ତନା ମୁଳକ ପୁରସ୍କାର ପ୍ରଦାନ କରାଯାଇଥିଲା l ଗତ ଜୁନ୍ ତା ୧ ରିଖରୁ ୫ ଦିନ ବ୍ୟାପି ଆରମ୍ଭ ହୋଇଥିବା ଏହି କାର୍ଯ୍ଯକ୍ରମରେ ଇମ୍ଫାର ସମସ୍ତ କର୍ମଚାରୀ, ଠିକାଦାର କର୍ମଚାରୀ ମାନଙ୍କ ପାଇଁ ବିଭିନ୍ନ ପରିବେଶ ଭିତିକ ସଚେତନତା କାର୍ଯ୍ୟକ୍ରମ ଯଥା: ଜଳ ସଂରକ୍ଷଣ, ବିଦ୍ୟୁତ ଶକ୍ତି ସଂରକ୍ଷଣ ଓ ପରିବେଶର ସୁରକ୍ଷା ଓ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ ମଧ୍ୟ କରାଯାଇ ଉପସ୍ଥିତ ଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଇମ୍ଫାଦ୍ବାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଓ ଅତିଥି ଗଣ ଭୃୟସି ପ୍ରଶଂସା କରିଥିଲେ । ଇମ୍ଫା ଦ୍ଵାରା ପରିବେଶର ସୁରକ୍ଷା ପାଇଁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଥିଲେ l ଇମ୍ଫା ଆସୋସିଏସନ୍ ର ସଭାପତି ଶ୍ରୀ ପ୍ରଦୀପ ମିଶ୍ର, ଇମ୍ଫl ସବୁବେଳେ ପ୍ରଥମେ ପରିବେଶ ଓ କର୍ମଚାରୀ ମାନଙ୍କର ସୁରକ୍ଷା ପ୍ରତି ଦୃଷ୍ଟି ଦେଇଥାଏ ବୋଲି ମତପୋଷଣ କରିଥିଲେ l ଏହି ଦିବସରେ ଉପସ୍ଥିତ ସମସ୍ତ ଅଥିତି ଗଣ ଓ କର୍ମଚାରୀ ବୃକ୍ଷ ରୋପଣ କରିଥିଲେ l ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ଉପ-ମହାପ୍ରବନ୍ଧକ ଶ୍ରୀ କଲୋଲ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.