ରାୟଗଡରୁ ସରୋଜ କୁମାର ସାହୁ: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାୟଗଡ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ, ରାୟଗଡ ଡିଷ୍ଟ୍ରିକଟ ଓ ଓଡ଼ିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ମିଳିତ ଭାବେ ସ୍ଥାନୀୟ ସର୍କିଟ ହାଉସ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ଚାରା ଯଥା ଆଁଳା, ବେଲ, କଦମ୍ବ, ରକ୍ତ ଚନ୍ଦନ ଓ ଜାମୁକୋଳି ପ୍ରମୂଖ ଚାରା ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଆସୋସିଏସନର ସଭାପତି ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ରାୟଗଡ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ, ନବ ଭାରତ ନିର୍ମାଣ ସେବା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ. ବୋମାଲି କାନ୍ତାରାଓ, ବରିଷ୍ଠ ସାମ୍ବାଦିକ ଶ୍ରୀ ଦୟାନନ୍ଦ ଖାଡାଙ୍ଗା, ସମାଜସେବୀ ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟ ଓ ସାମ୍ବାଦିକ ଶ୍ରୀ ସୁବ୍ରତ ଚୌଧୁରୀ ପ୍ରମୂଖ ଯୋଗଦେଇ ବୃକ୍ଷ ଚାରା ରୋପଣ କରିବା ସହ ବୃକ୍ଷର ଆବଶ୍ୟକତା ଓ ଏହାର ଉପାଦେୟତା ଉପରେ ଆଲୋକପାତ କରିଥିଲେ ଏବଂ ବର୍ତ୍ତମାନ ଯେଉଁଭଳି ଭାବେ ପ୍ରାକୃତିକ ବିପର୍ଯୟ ଘଟୁଛି ଏଥିପାଇଁ ମୁଖ୍ୟତଃ ବିପୁଳ ପରିମାଣରେ ଜଙ୍ଗଲ ନଷ୍ଟ ହେବା ଯୋଗୁଁ, ତେଣୁ ପରିବେଶର ସନ୍ତୁଳନ ରକ୍ଷା ନିମନ୍ତେ ସମସ୍ତ ଜନସାଧାରଣ ନିଜ ନିଜ ବାଡ଼ି ବଗିଚାରେ ବୃକ୍ଷ ଚାରା ରୋପଣ କରି ତାହାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆସୋସିଏସନର ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଭ୍ୟ ଶ୍ରୀନାଥ ତାଡ଼ିଙ୍ଗି, ସୁରେଶ ସାହୁ, ଲଳିତ କୁମାର ସାହୁ ଓ ସର୍କିଟ ହାଉସର କର୍ମଚାରୀ ମାନେ ଯୋଗଦେଇ ବୃକ୍ଷ ଚାରା ରୋପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.