”ସକାଳ” ଅନୁଷ୍ଠାନ ପକ୍ଷରୁ ମହିଳାଙ୍କୁ ପଣସ ପ୍ରସ୍ତୁତି ଖାଦ୍ୟର ତାଲିମ ଶିବିର

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସକାଳ” ପକ୍ଷରୁ ମୋହନା ବ୍ଳକ ଅନ୍ତର୍ଗତ ଶୁଖିଲା ଆମ୍ବ ଛକ ସ୍ଥିତ ବ୍ରହ୍ମଣୀଦେଇ ନାଗରିକ ଉନ୍ନୟନ ସଙ୍ଗଠନ ଗୃହରେ ପି ଏଚ ଏଫ ପ୍ରକଳ୍ପ ସହାୟତାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ନେଇ ଏକ ଦିନିକିଆ ପଣସ ପ୍ରସ୍ତୁତି ଖାଦ୍ୟର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ମୋହନା ବ୍ଲକ ଅଧ୍ଯକ୍ଷ ଶ୍ରୀ ରଞ୍ଜିବ ଶବର ଯୋଗଦେଇ ଦୀପ ପ୍ରଜ୍ଜଳନ କରି ଶୁଭ ଉଦଘାଟନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଶ୍ରୀ ନଗେନ୍ଦ୍ର କୁମାର ନନ୍ଦି ପୌରହିତ୍ୟ କରିଥିଲେ। ସମ୍ମାନୀତ ଅତିଥି ଭାବେ ଓକିଲ ବିଳାସ ନାୟକ , ସମାଜସେବୀ ହାଡିଆ କନ୍ଧ , ସାମ୍ବାଦିକ ପଞ୍ଚାନନ ଦାଶ ଯୋଗ ଦେଇଥିଲେ।
ଅତିଥିମାନେ ନିଜ ବକ୍ତବ୍ୟରେ ବିଭିନ୍ନ ସମୟରେ ଅନୁଷ୍ଠାନର ଲୋକାଭିମୁଖୀ ଯୋଜନା ଓ ଜନସଚେତନତା ମୂଳକ କାର୍ଯ୍ୟକ୍ରମରେ ”ସକାଳ” ସଂସ୍ଥାର ଭୂମିକାକୁ ନେଇ ଉଚ୍ଚ ପ୍ରଶଂସା କରିଥିଲେ। ଶିବିରରେ ତାଲିମଦାତା ଯୋଗୀନ୍ଦ୍ର ସ୍ଵାଇଁ , ତାଲିମ ସହାୟକ ଶରତ ଗମାଙ୍ଗ , ସୂଜୟ ଗମାଙ୍ଗ ପଣସର ଉପକାରୀତା ସଂପର୍କରେ ଆଲୋକପାତ କରିବା ସହିତ ପଣସରେ ପ୍ରସ୍ତୁତି ହୋଇପାରୁଥିବା ଦୋସା , ବରା , ବଢି , ପାମ୍ପଡ , ଚିପସ୍ କରି ଦେଖାଇବା ସହିତ କଟା ପଣସକୁ କିଭଳି ମାସ ମାସ ଧରି ସାଇତି ରଖାଯାଇପାରିବ ସେହି ଉପାୟକୁ ବୁଝାଇଥିଲେ।
ଏହି ଶିବିରକୁ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ଗୌଡ ପରିଚାଳନା କରିଥିବା ବେଳେ କର୍ମୀ ଗୋବିନ୍ଦ ବେହେର ଦଳାଇ , ସନ୍ତୋଷ ସାହୁ , ସୁରେନ୍ଦ୍ର ସେଠୀ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.